Advertisment

ଆଭ୍ୟନ୍ତରୀଣ ଓ ପଶ୍ଚିମରେ ନିଆଁ ବର୍ଷୁଛି, ହେଲେ ଉପକୂଳରେ ହଠାତ୍ ବଦଳିଲା ପାଗର ମିଜାଜ୍

କାଳବୈଶାଖୀ ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ମେଘୁଆ ଆକାଶ ।ପାଣିପାଗ ବିଭାଗ କହିଲା, ଉତ୍ତର ଆନ୍ଧ୍ର ପର୍ଯ୍ୟନ୍ତ ସକ୍ରିୟ ଘୂର୍ଣ୍ଣିବଳୟର ପଡ଼ିଛି ପ୍ରଭାବ ।

rain

rain

Advertisment

ବଦଳିଗଲା ପାଗ । ଗତକାଲି ପ୍ରବଳ ଗରମ ଓ ଗୁଳୁଗୁଳି, ରାତି ପାହିଲା ବେଳକୁ ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ଉପକୂଳରେ କେଉଁଠି ବର୍ଷା ତ ଆଉ କେଉଁଠି ମେଘୁଆ ପାଗ ଲାଗି ରହିଛି । ତାତିରୁ ତ୍ରାହି ମିଳିଛି । ହେଲେ ଆଭ୍ୟନ୍ତରୀଣ ଏବଂ ପଶ୍ଟିମ ଓଡ଼ିଶାରେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରକୋପ । ପାଣିପାଗ ବିଭାଗ କହିଛି, ଭୁବନେଶ୍ୱରରୁ ଉତ୍ତର ଆନ୍ଧ୍ର ପର୍ଯ୍ୟନ୍ତ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କାଳବୈଶାଖୀ ସୃଷ୍ଟି କରିବାରେ ସହାୟକ ହେଉଛି ।

Advertisment

କେଉଁଠି ଝିପି ଝିପି ତ ଆଉ କେଉଁଠି ତୁହାକୁ ତୁହା ବର୍ଷା ହୋଇଛି। ସକାଳୁ ସକାଳୁ ମେଘ ଘୋଟିଯାଇଥିଲା ଉପକୂଳ ଓଡ଼ିଶା ଆକାଶରେ । କାଳବୈଶାଖୀ ପ୍ରଭାବରେ ଆରମ୍ଭ ହୋଇଯାଇଥିଲା ବର୍ଷା । ଥଣ୍ଡା ପଡିଯାଇଥିଲା ପରିବେଶ । ଗଜପତି ଜିଲ୍ଲା ମୋହନାରେ ଘଡ ଘଡି ସହ ଘଂଟାଏ କାଳ ପ୍ରବଳ ବର୍ଷା ହୋଇଛି । ଖରାଦିନେ ବର୍ଷା ଦିନର ଅନୁଭୂତି ଆଣିଦେଇଥିଲା କାଳବୈଶାଖୀ । ବର୍ଷା ଛାଡିବା ପରେ ବି ଆକାଶ ମେଘୁଆ ରହିଥିଲା ଅପରାହ୍ନ ଯାଏଁ । ସେହିପରି ଅସରାଏ ବର୍ଷା ଥଣ୍ଡା କରିଦେଇଥିଲା କଟକ ସହରକୁ । ଗତକାଲିର ଗୁଳୁଗୁଳି ଓ ଗରମରୁ ଆଶ୍ୱସ୍ତି ପାଇଥିଲେ ଲୋକେ । ତେବେ ରୋଭର ଷ୍ଟ୍ରିଟ୍ ଓ କଜୀ ବଜାର ଭଳି ତଳିଆ ଅଂଚଳରେ ରାସ୍ତା ଉପରେ ଜମି ରହିଥିଲା ପାଣି ।

ଅନ୍ୟପଟେ ଉପକୂଳରେ ବର୍ଷା ହେଲେ ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ଡହ ଡହ ଖରା। ତତଲା ପବନରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର ଜିଲ୍ଲାବାସୀ । ପାରଦ ୪୦ ତଳକୁ ଖସିବାର ନାଁ ନେଉନି । ସକାଳୁ ସାଯାଏଁ ପ୍ରବଳ ଗରମ ଆଉ ଗୁଳୁଗୁଳି ।

Advertisment

ବୌଦ୍ଧ ଜିଲ୍ଲାରେ ତାତିରେ ତ୍ରାହି ତ୍ରାହି ଡାକିଲେଣି ପଡୋଶୀ ବୌଦ୍ଧ ଜିଲ୍ଲାବାସୀ। ସକାଳ ୧୦ଟା ହେଲେ ରାସ୍ତାଘାଟ ଶୂନଶାନ୍ । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ଡର ଲାଗୁଛି। ଟିଟିଲାଗଡ ଭିଜୁଆଲ.. ସେପଟେ ବଢିଚାଲିଛି ଟିଟିଲାଗ଼ଡର ତାପମାତ୍ରା। ସକାଳ ୯ରୁ ଗରମ ହାୱାରେ ସିଝିଯାଉଛି ମୁହଁ । ସା ଯାଏଁ ଜାରି ରହୁଛି ତାତିର କୋପ । ନା ଘରୁ ବାହାରି ହେଉଛି ନା ଘରେ ରହିହେଉଛି । ..

କାଳବୈଶାଖୀ ପ୍ରଭାବରେ ଉପକୂଳ ଜିଲାରେ ଲାଗିରହିଛି ବର୍ଷା। ଏହାର ପ୍ରଭାବରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିଛି। ଆସନ୍ତାକାଲି ଆଉ କାଳବୈଶାଖୀର ବିଶେଷ ପ୍ରଭାବ ରହିବନି ହେଲେ ୨୪ତାରିଖ ବେଳକୁ ପୁଣି ସକ୍ରିୟ ହୋଇପାରେ କାଳବୈଶାଖୀ। ଭୁବନେଶ୍ୱର ଆଖପାଖରୁ ଉତ୍ତର ଆନ୍ଧ୍ର ପର୍ଯନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା କାଳବୈଶାଖୀ ସୃଷ୍ଟି କରିବାରେ ସହାୟକ ହେଉଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment
Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ