Advertisment

ତାଣ୍ଡବ ରଚିଲା କାଳବୈଶାଖୀ; ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ବଡ଼ ବଡ଼ ଗଛ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।

Lightning Strike

Lightning Strike

Advertisment

ତାଣ୍ଡବ ରଚିଲା କାଳବୈଶାଖୀ। କେଉଁଠି ପବନରେ ଲୋକଙ୍କର ଘର ଆଜବେଷ୍ଟସ ଉଡ଼ିଗଲା ତ ଆଉ କେଉଁଠି ଭାଙ୍ଗିଲା ବଡ଼ ବଡ଼ ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ସେପଟେ ରାୟଗଡ଼ା ଜିଲ୍ଲାରେ ଆଜି ଅପରାହ୍ଣରେ ପ୍ରଭାବ ଦେଖାଇଛି  କାଳବୈଶାଖୀ। କଲ୍ୟାଣସିଂହପୁର ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟାଇଛି। ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା। ଅଗ୍ନିଶମ ବାହିନୀ ଟିମ୍ ଗଛ କାଟି ରାସ୍ତା ସଫା କରିଥିଲେ। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ସାଙ୍ଗକୁ ବର୍ଷା ପବନ ଓ କୁଆପଥର ମାଡ଼ ହୋଇଥିଲା। ପତ୍ରପୁର ପଞ୍ଚାୟତର ୪୦ରୁ ଅଧିକ ଆଜବେଷ୍ଟସ ଘର ପ୍ରଭାବିତ ହୋଇଛି। କୁଆପଥର ମାଡ଼ରେ ଭାଙ୍ଗିଛି ଆଜବେଷ୍ଟସ। କ୍ଷତିପୂରଣ ଦାବି କରିଛନ୍ତି ଲୋକ।

ସେପଟେ କେବେ ଏସିଆରେ ତ ଆଉ କେବେ ସାରା ଦେଶରେ..ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ରାଜଧାନୀ ଭୁବନେଶ୍ୱରର ତାତି। କେବଳ ଭୁବନେଶ୍ୱର କାହିଁକି, ଜଳୁଛି କଟକ ସହର। ଗତ ୩ ଦିନ ହେଲା ପାଣିପାଗ ବିଭାଗର ରେଡ୍ ଆଲର୍ଟରେ ଟ୍ୱିନସିଟି। ଛଟପଟ ହେଉଛନ୍ତି ଦୁଇ ମହାନଗରୀର ଜନତା। ବିପନ୍ନ, ଜୀବନ-ଜୀବିକା। ଭୁବନେଶ୍ୱର ରାଜମହଲ ଅଞ୍ଚଳରେ ଟ୍ରଲି ଟାଣି ପେଟ ପୋଷୁଥିବା ଜଣେ ଖଟିଖିଆ ମଣିଷ। ଆଜିକୁ ୪୦ ବର୍ଷ ହେଲାଣି ରହି ଆସୁଛନ୍ତି ରାଜଧାନୀରେ। କିନ୍ତୁ ଏଭଳି ପ୍ରଚଣ୍ଡ ତାତି ସେ କେବେ ଅନୁଭବ କରିନାହାନ୍ତି।

Advertisment

ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ। ହଜାରେ ବର୍ଷର ସହର କଟକରେ ବି ସେହି ସମାନ ଦଶା। ଏଠି ବି ଅସହ୍ୟ ଆଉ ଅସମ୍ଭାଳ ତାତି ସହ ଝାଞ୍ଜିମାଡ଼ରେ ଡହଳବିକଳ ଜନଜୀବନ। ପୂର୍ବରୁ କେବେ ଏମିତି ଭୋଗିନଥିବା କହିଛନ୍ତି କଟକ ବାସିନ୍ଦା।

Lightning Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ