Advertisment

‘ବାତ୍ୟାର ଆଉ କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ’

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ।

 No Impact Of Cyclone Asan In Odisha Anymore

No Impact Of Cyclone Asan In Odisha Anymore

Advertisment

ଆଜି ସକାଳେ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ତେବେ ବାତ୍ୟାର ଆଉ କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ତଥାପି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ବାରଣ କରାଯାଇଛି। ଏନେଇ  ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। 

Advertisment

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ। ସମସ୍ତ ବନ୍ଦର ଗୁଡ଼ିକରୁ ବିପଦ ସଙ୍କେତ ପ୍ରତ୍ୟାହାର କରାଯାଇଛି। ଆଗୁଆ ମୌସୁମୀ ଆସିବା ନେଇ କୌଣସି ଆକଳନ ହୋଇନି ବୋଲି ଼ଉମାଶଙ୍କର ଦାସ କହିଛନ୍ତି। 

ଆନ୍ଧ୍ରଉପକୂଳ ଦେଇ ଗତି କରୁଛି ‘ଅସାନି’। ଏହା ମଚ୍ଛଲିପଟ୍ଟନମ୍‌ରୁ ନରସପୁର ମଧ୍ୟରେ ଅତିକ୍ରମ କରୁଛି। ଏବେ ଏହା ସମୁଦ୍ର ମଧ୍ୟରେ ହିଁ ରହିବ। ଏହାପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଏବଂ ବଙ୍ଗୋପସାଗରରେ ହିଁ ଗତି କରିବ। 

Advertisment
Cyclone Asani Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ