Advertisment

ବାତ୍ୟା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ IMD ଡିଜି

ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ’ ବୋଲି IMD ଡିଜି କହିଛନ୍ତି।

ଅଦ୍ୟତନ ହୋଇଛି
Odisha Cyclone Forecast

No Cyclone Forecast As Yet Says IMD DG

Advertisment

ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ନାହିଁ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆଜି IMD ଡିଜି ସୂଚନା ଦେଇଛନ୍ତି ଯେ, ଉତ୍ତର ଆଣ୍ଡାମାନ ସାଗରରେ କାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି। ୧୭ କିମ୍ବା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତି ଅନୁସାରେ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ।’

Advertisment

‘୧୮ ତାରିଖ ପରେ ରୂପରେଖ କ’ଣ ରହିବ ତାହା ଏବେ କହିବା ଠିକ୍‌ ହେବନି। ତେବେ ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ’ ବୋଲି IMD ଡିଜି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ଆମେ ସମସ୍ତ ମଡେଲକୁ ଦେଖି ଏକ ନିର୍ଣ୍ଣୟ ନେଇଥାଉ। ଅନ୍ୟ ବିକଶିତ ରାଷ୍ଟ୍ର ଅପେକ୍ଷା IMD ଅଧିକ ସଠିକ୍‌ ଆକଳନ କରିଥାଏ। ତେଣୁ IMD ଉପରେ ବିଶ୍ୱାସ ରଖନ୍ତୁ’। 

ଅଧିକ ପଢ଼ନ୍ତୁ: ‘ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ’

ସେପଟେ ବାତ୍ୟା ନେଇ ଗୁଜବ ପ୍ରଚାର ନକରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବାତ୍ୟା ନେଇ ଏଯାବତ୍‌ IMD କିଛି ପୂର୍ବାନୁମାନ କରିନାହିଁ। ତେଣୁ ଲୋକଙ୍କୁ ଭୟଭୀତ କଲାଭଳି ଖବର ପ୍ରସାରଣ ନକରାଯାଉ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବାତ୍ୟା ନେଇ ଓଡ଼ିଶା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ଟ୍ୱିଟ୍‌ କରାଯାଇ ପ୍ରତିକ୍ରିୟା ରଖାଯାଇଛି। ଏନେଇ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି ଯେ, ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ। ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି।

Advertisment

ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଆମେରିକା ପାଣିପାଗ ପୂର୍ବାନୁମାନ ମଡେଲ୍‌ GFS(Global Forecast System) ଏଭଳି କିଛି ସଙ୍କେତ ଦେଇଛି। ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା The Business Standardରେ ଖବର ପ୍ରକାଶିତ ହୋଇଛି। 

Cyclone IMD DG Mrutyunjay Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ