Advertisment

ରାଜ୍ୟରେ ଶୀତ ଉଭାନ; ବଢ଼ୁଛି ଦିନ ଓ ରାତି ତାପମାତ୍ରା

ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Odisha Weather Update

Temperature Rise In Odisha

Advertisment

ମାଘ ନ ସରୁଣୁ ରାଜ୍ୟରେ ଗାୟବ ହେଲାଣି ଶୀତ। ଉଭୟ ଦିନ ଓ ରାତ୍ରିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇଛି। ଗତକାଲି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ୩୫.୯, ବୌଦ୍ଧରେ ୩୫.୫ ଝାରସୁଗୁଡାରେ ୩୫.୪ ଓ ଭୁବନେଶ୍ୱରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଜାତୀୟ ରାଜପଥ ଗୁଡିକରେ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ କହିଛି।

ଉପକୂଳରେ ଘନ କୁହୁଡ଼ି। କୁହୁଡ଼ିର ମାତ୍ରା ଏତେ ଅଧିକ ଯେ ରାସ୍ତା ଦିଶୁନି। ଭିଜିବିଲିଟି କମିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି। ଆଗାମୀ ୨ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment
Winter Mornings Fog Weather Update Temperature Rise In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ