Advertisment

ପ୍ରବଳ ବର୍ଷା : ମୁମ୍ବାଇରେ ଭୁଶୁଡ଼ିଲା ୩ ମହଲା କୋଠା, ଫସିଛନ୍ତି ୨ ଜଣ

୪ ଜଣ ସୁରକ୍ଷିତ ଉଦ୍ଧାର, ୨ ଜଣ ଏବେ ବି ଫସି ରହିଛନ୍ତି । ଘଟଣାସ୍ଥଳରେ NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ କୋଠାର କିଛି ଅଂଶ ଭୁଶୁଡ଼ିଲା ।

ଅଦ୍ୟତନ ହୋଇଛି
Building Collapse

Building Collapse

Advertisment

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ବିଲଡିଂ। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରାଜୱାଡି କଲୋନୀ ଅଞ୍ଚଳରେ ଏକ ୩ ମହଲା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଛି । ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଫସି ରହିଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ ବିଲଡିଂ ଭୁଶୁଡ଼ି ପଡ଼ିଛି। ଆରକେ ପିରମ ମାର୍କେଟ ଅଞ୍ଚଳରେ ଏକ ବିଲଡିଂର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ...

Advertisment

ଅନ୍ୟପଟେ ପ୍ରବଳ ବର୍ଷାରେ ଉବୁଟୁବୁ ହରିୟାଣାର ଗୁରୁଗ୍ରାମ ସହର। ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିବା ବେଳେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗୁରୁଗ୍ରାମରେ ରାଜପଥରେ ଜମି ରହିଛି ପାଣି।

ଅନେକ ଗାଡ଼ି ମୋଟର ରାସ୍ତାରେ ଫସି ରହିଥିବା ବେଳେ ବର୍ଷା ଯୋଗୁଁ ଟ୍ରାଫିକ୍ ଜାମ୍ ସ୍ଥିତି ବି ଉପୁଜିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ଥିବା ବେଳେ ଏହାର ପ୍ରଭାବର ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି। ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଆଜି ବର୍ଷା ଲାଗି ରହିଛି

Advertisment
Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ