Advertisment

Mumbai Rain: ପ୍ରବଳ ବର୍ଷା ଯୋଗୁଁ ରେଡ୍ ୱାର୍ଣ୍ଣିଂ; ଗମନାଗମନ ଠପ୍, ଶିକ୍ଷାନୁଷ୍ଠାନ ସହ ଅଫିସ୍ ବି ଛୁଟି

ଆଜି ପାଇଁ ମୁମ୍ବାଇରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଏମସି ଅଞ୍ଚଳର ସମସ୍ତ ସ୍କୁଲ କଲେଜ ସହ ସାକାରୀ ଓ ବେସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି।

RAIN

RAIN

Advertisment

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ଆଜି ପାଇଁ ମୁମ୍ବାଇରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି କରିଛି। ବିଏମସି ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ଆବଶ୍ୟକ ନ ପଡ଼ିଲେ କେହି ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପ୍ରଶାସନ। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଚେମ୍ବୁର ଓ ଦାଦର ଅଞ୍ଚଳ। ସହରର ଅନେକ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ରାସ୍ତା ଘାଟରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।

Advertisment

ତେଣୁ ବ୍ରିହନମୁମ୍ବାଇ ମହାନଗର ନିଗମ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ, ଅନ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ସହିତ ବ୍ରିହନମୁମ୍ବାଇ ମହାନଗର ନିଗମ କାର୍ଯ୍ୟାଳୟକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି।

କେବଳ ମୁମ୍ବାଇ ନୁହେଁ ମହାରାଷ୍ଟ୍ରର ଅଧିକାଂଶ ସମୁଦ୍ର ତଟ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରର ଅଧିକାଂଶ ଅଞ୍ଚଳରେ ୱାଟର ଲଗିଂ ସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଟ୍ରେନ ଟ୍ରାକରେ ପାଣି ଜମିବାରୁ ମୁମ୍ବାଇର ଲାଇଫ ଲାଇନ୍ ଲୋକାଲ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫ୍ଲାଇଟ ରାଡାରର ତଥ୍ୟ ଅନୁଯାୟୀ, ମୁମ୍ବାଇ ବିମାନବନ୍ଦରରୁ ୧୫୫ଟି ଛାଡ଼ିବାକୁ ଥିବା ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ୧୦୨ଟି ଆସୁଥିବା ବିମାନ ନିର୍ଦ୍ଧାରିତ ସମୟ ଅପେକ୍ଷା ବିଳମ୍ବରେ ଉଡ଼ାଣ କରୁଥିଲା। ଯାହାଫଳରେ ବର୍ଷା ଯୋଗୁଁ ୨୫୦ରୁ ଅଧିକ ବିମାନ ଚଳାଚଳରେ ବାଧା ଉପୁଜିଥିଲା।

Advertisment

ସୂଚନା ଅନୁଯାୟୀ, ମୁମ୍ବାଇ ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଗତ ତିନି ଦିନ ଧରି ଲଗାଣ ବର୍ଷା ହେଉଛି, ଯାହା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ମୁମ୍ବାଇ ବ୍ୟତୀତ, ରତ୍ନଗିରି, ରାୟଗଡ଼ ଏବଂ ହିଙ୍ଗୋଲି ସମେତ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ଭିତରେ ଫସି ରହିଛନ୍ତି। ଗମନାଗଗନ ମଧ୍ୟ ଠପ୍ ହୋଇଛି। ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସୋମବାର ମୁମ୍ବାଇର ଅନେକ ସ୍ଥାନରେ ବର୍ଷା ୧୫୦ ମିମି ରେକର୍ଡ ହୋଇଛି। ପ୍ରାୟ ୮୧ ଘଣ୍ଟା ମଧ୍ୟରେ, ମୁମ୍ବାଇରେ ମୋଟ ୫୫୦ ମିମି ବର୍ଷା ରେକର୍ଡ କରାଯାଇଛି।

Advertisment

ଅଧିକ ପଢନ୍ତୁ: ଲଗାଣ ବର୍ଷାରେ ହାଇଆଲର୍ଟ, ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଆଡଭାଇଜରି

Mumbai Rains Rain Havoc Schools Closed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ