• Astrospeak
  • Live TV
  • Read In English

Rain Alert: ରଜରେ ଭିଜିବ ରାଜ୍ୟ ,ଏହି ୪ ଜିଲ୍ଲାରେ ପ୍ରବଳ ଛେଚିବ

କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Heavy Rain Alert
ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏବେ ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ପାଇଁ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି । ଏହି ୪ ଜିଲ୍ଲା ହେଲା କୋରାପୁଟ, କଳାହାଣ୍ଡି. ରାୟଗଡ଼ା ଓ ଗଜପତି । ସେପଟେ ଦକ୍ଷିଣ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଦ୍ବାରା ଏକ ଟ୍ରପ ଲାଇନ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

ଗତକାଲି ମଧ୍ୟ ରାଜ୍ୟରେ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଥିଲା ପାଣିପାଗ ବିଭାଗ । ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।  ପହିଲି ରଜରେ ସେତେଟା ବର୍ଷା ହୋଇନଥିବାବେଳେ ଆଗକୁ ସପ୍ତାହେ ଧରି ବର୍ଷା ଲାଗିରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟକୁ ମୌସୁମୀ ଫେରିଥିବାବେଳେ ମୌସୁମୀ ବାୟୁ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଗତ କିଛି ଦିନ ଧରି ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ବର୍ଷା ହେଲେ ତାତି ଓ ଗୁଳଗୁଳିରୁ ମିଳିବ ଆଶ୍ୱସ୍ତି । 

ଅଧିକ ପଢନ୍ତୁ: ଫିକା ପଡିପାରେ ରଜ ମଉଜ, ଝଡ଼ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ