Monsoon Likely To Enter Odisha By Tomorrow
ଆସନ୍ତାକାଲି ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଗ ଅନୁକୂଳ ରହିଥିବାରୁ ଆଜି ଓ ଆସନ୍ତାକାଲି ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁସାରେ, ନାଲଗୋଣ୍ଡା ଏବଂ ମଛଲିପଟ୍ଟନମ୍ ଭଳି ଅଞ୍ଚଳକୁ ମୌସୁମୀ ଛୁଇଁ ସାରିଛି। ଆନ୍ଧ୍ରରେ ଭଲ ବର୍ଷା ବି ହୋଇଛି।
ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି। ସାଧାରଣତଃ ଜୁନ୍ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥାଏ। ସେ ଦୃଷ୍ଟିରୁ ଦେଖିଲେ ଏବର୍ଷ ମୌସୁମୀ ବିଳମ୍ବ ହୋଇନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655347574.jpg)