Advertisment

୧୦ ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା

ତାତି କମି ନଥିବା ବେଳେ ସମ୍ଭାବ୍ୟ ଲଘୁଚାପକୁ ନେଇ ଛାନିଆ ଉପକୂଳ ଲୋକେ।

ଅଦ୍ୟତନ ହୋଇଛି
undefined

Thunderstorm And Lightening Alert In Odisha

Advertisment

ଆଜିଠୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏନେଇ ଆଜି ପାଇଁ ୧୦ ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡିକ ହେଲା- କଟକ, ଜଗତସିଂହପୁର, ଯାଜପୁର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଗଜପତି ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ତେବେ ଏହି ଜିଲ୍ଲାମାନଙ୍କରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କାଲି ପାଇଁ ୬ ଜିଲ୍ଲାକୁ ଓ ୫ ତାରିଖରେ ୧୦ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି।

Advertisment

ସେପଟେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଜାରି ରହିଛି। ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏପରିକି ୫ଟି ସହରର ତାପମାତ୍ରା ୪୨ ଉପରେ ରହିଥିଲା। ୪୩.୨ ଡିଗ୍ରୀ ସହ ଗତକାଲି ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା।

Advertisment

ଏପଟେ ତାତି କମି ନଥିବା ବେଳେ ସମ୍ଭାବ୍ୟ ଲଘୁଚାପକୁ ନେଇ ଛାନିଆ ଉପକୂଳ ଲୋକେ। ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଚିତ୍ର ସ୍ପଷ୍ଟ ହୋଇନି। ବରଂ ୫ କିମ୍ବା ୬ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି।  

Thunderstorm Forecast For Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ