ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତାପମାତ୍ରା

ଖରା..ଖରା..ଆଉ ଖାଲି ଖରା । ଆଜି ବି ଜାଳୁଛି, ଆଜି ବି କଲବଲ କରୁଛି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର, ସବୁଠି ଏତେ ଗରମ ଯେ, ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୫ ସହରରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । 

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ପାରଦ ୪୪.୩ ଡିଗ୍ରୀ ରହିଥିଲା । ଏବର୍ଷର ସବୁଠୁ ଅଧିକ ଉତ୍ତପ୍ତ ସହର ହେଉଛି ସମ୍ବଲପୁର । ଏଥରର ରଜ ବି ଖରା ଓ ଗରମରେ ପାଳନ କରିବାକୁ ପଡ଼ିଭ । ଆଗାମୀ ୪ରୁ ୫ ଦିନ ଯାଏଁ ଏପରି ତାତି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।