Advertisment

ଶ୍ରାବଣରେ ଅସହ୍ୟ ତାତି, ଖରା ତାଉରେ କଲବଲ ହେଉଛନ୍ତି ଲୋକେ

ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଟାଣ ଖରାରେ ଲୋକେ ଡହଳବିକଳ ହେଉଛନ୍ତି।

ଅଦ୍ୟତନ ହୋଇଛି
Maximum temperature to be above normal in Odisha

Maximum temperature to be above normal in Odisha

Advertisment

ଧାରା ଶ୍ରାବଣରେ ଅସହ୍ୟ ତାତି। ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଟାଣ ଖରାରେ ଲୋକେ ଡହଳବିକଳ ହେଉଛନ୍ତି।ଭୁବନେଶ୍ୱରରୁ ବଲାଙ୍ଗିର, ମାଲକାନଗିରିରୁ ବାଲେଶ୍ୱର ସବୁଠି ଗରମ ଆଉ ଗରମ। ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।

Advertisment

ଅନୁଗୁଳରେ ସର୍ବାଧିକ ୩୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ଭୁବନେଶ୍ୱରରେ ୩୫ ଡିଗ୍ରୀ ଓ କଟକରେ ୩୫.୬ ଟିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୩୬ ଡିଗ୍ରୀ, ସୋନପୁରରେ ୩୫.୬ ଡିଗ୍ରୀ, ବରଗଡ଼ରେ ୩୫.୬ ଡିଗ୍ରୀ, ଟିଟଲାଗଡ଼ରେ ୩୫.୫ ଡିଗ୍ରୀ, ବାଲେଶ୍ୱରରେ ୩୫.୨ ଡିଗ୍ରୀ, ଝାରସୁଗୁଡାରେ ୩୫.୨ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ହୀରାକୁଦରେ ୩୫.୨ ଡିଗ୍ରୀ, ବଲାଙ୍ଗୀରରେ ୩୫.୨ ଡିଗ୍ରୀ, ଭଦ୍ରକରେ ୩୫ ଡିଗ୍ରୀ, ନୟାଗଡରେ ୩୫ ଡିଗ୍ରୀ, ବୌଦ୍ଧରେ ୩୫ ଡିଗ୍ରୀ ଓ ମାଲକାନଗିରିରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

ମୌସୁମୀ ବାୟୁ ଦୁର୍ବଳ ହେଉଥିବାରୁ ଏପରି ପାଗ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଯାଏ ରହିବ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

Advertisment
Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ