Advertisment

ଆଶ୍ରୟ ନେଲେଣି ୩ଲକ୍ଷରୁ ଅଧିକ, ଜିରୋ କାଜୁଆଲଟି ମୋଡରେ NDRF, ଓଡ୍ରାଫ୍

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ । କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ୱରରୁ ଜଗତସିଂହପୁର ।

ଅଦ୍ୟତନ ହୋଇଛି
Cyclone Dana

Cyclone Dana

Advertisment

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ । କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ୱରରୁ ଜଗତସିଂହପୁର । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଛାଇଯାଇଛନ୍ତି ରେସ୍କ୍ୟୁ ଟିମ୍ । ମିଶନ୍ ଜିରୋ କାଜୁଆଲିଟି ମୋଡରେ ରହିଛନ୍ତି ନୌସେନାଠୁ ଆରମ୍ଭ କରି NDRF, ODRAF ଏବଂ ଅଗ୍ନିଶମ ବାହିନୀ । ବାତ୍ୟାରେ ୧୧ଟି ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ୪ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖିବାକୁ ଯୋଜନା ଥିବା ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisment

ସୁ ସୁ ଗର୍ଜନ କରି ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ‘ଦାନା’... ଆଉ ମାତ୍ର କେଇ ଘଣ୍ଟା ପରେ ସମୁଦ୍ର ଗର୍ଭରୁ ଆସି ମାଡ଼ ହେବ ଭୂଖଣ୍ଡରେ... ତା’ପୂର୍ବରୁ ତାଉ ଦେଖାଉ ଥିବାବେଳେ ଧନ ଜୀବନର ସୁରକ୍ଷା ପାଇଁ ଚାଲିଛି ମିଶନ୍ ‘ଜିରୋ କାଜୁଆଲିଟି’ । ଧାମରାରେ କାହା ଘର ଚାଳ ଛପର ତ ଆଉ କାହା ଘର ଝାଟିମାଟିର ।

ତଳିଆ ଅଞ୍ଚଳର ଗାଁକୁ ଯିବା ସହ ଲୋକଙ୍କୁ ବୁଝାଇ ସୁଝାଇ ସରକାରୀ ଯାନ ବାହନରେ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଛି ପୋଲିସ । କିଛି ଲୋକ ନିଜ ନିଜ ବାଇକରେ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଯାଉଛନ୍ତି ବାତ୍ୟା ଆଶ୍ରୟସ୍ଥଳୀକୁ । ଜଣେ ଅସୁସ୍ଥ ବ୍ୟକ୍ତିମାନଙ୍କୁ ରେଡକ୍ରସ୍ ପକ୍ଷରୁ ଉଦ୍ଧାର କରି ସେଲଟର୍ ସେଣ୍ଟରକୁ ନିଆଯାଉଛି । ଏଭଳି ଭାବେ ଭଦ୍ରକ ଜିଲ୍ଲାରେ ୧୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି ।

Advertisment

କାଳେ ବର୍ଷା ପବନ ହେଲେ ଚାଳ ଉଡ଼ିଯିବ, ମାଟି କାନ୍ଥ ଭୁଶୁଡ଼ି ଯିବ, ସେହି ଆଶଙ୍କାରେ ଆଶ୍ରୟସ୍ଥଳକୁ ଯିବାକୁ ନାରାଜ ଭିତରକନିକା ବଗପାଟିଆ ଗାଁର ପରିବାର । ସମାନ ଚିତ୍ର କେନ୍ଦ୍ରାପଡ଼ା ସମୁଦ୍ରକୂଳ ପେଣ୍ଠର । କଚ୍ଚା ଘରେ ଅସୁରକ୍ଷିତ ଅବସ୍ଥାରେ ଥିଲେ ବି ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଉନାହାନ୍ତି ।

ସାତଭାୟାରେ ଗାଁକୁ ଖାଲି କରିଛି ଜିଲ୍ଲା ପ୍ରଶାସନ । କାରଣ ବାତ୍ୟା ଆସିବା ଆଗରୁ ସବୁ ଗାଁକୁ ଗିଳିସାରିଛି ସମୁଦ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ୧୨ଟି ସ୍ଥାନରେ ଧନଜୀବନର ସୁରକ୍ଷା ପାଇଁ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ମୁତୟନ ରଖା ଯାଇଥିବା ବେଳେ ୫୯୬ ଆଶ୍ରୟସ୍ଥଳରେ ଶୁଖିଲା ଏବଂ ରନ୍ଧାଖାଦ୍ୟର ବନ୍ଦୋବସ୍ତ କରାଯାଇଛି ।

Advertisment

୩୭୬ଟି ସମ୍ବେଦନଶୀଳ ଗାଁ ଉପରେ ବିଶେଷ ନଜର ରଖିଛି ଜିଲ୍ଲା ପ୍ରଶାସନ । ତା’ସହ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ଜାରି ହୋଇଛି ହେଲପଲାଇନ ନମ୍ବର । ଏସବୁ ଭିତରେ ରାଜନଗର ବ୍ଲକ ଭିତରକନିକା ନିକଟ ପେଣ୍ଠକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।

ବାଲେଶ୍ୱର ଜିଲ୍ଲାରେ ମୋଟ୍ ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବହୁ ସ୍କୁଲ୍ ଘରେ ୩୦ ହଜାରରୁ ଅଧିକ ଲୋକଙ୍କୁ ରଖାଗଲାଣି । ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପ ପୌରାଞ୍ଚଳ, ବାଲିକୁଦା, ଏରସମା ଓ କୁଜଙ୍ଗ ଅଂଚଳରେ ବି ପ୍ରାୟ ସରିଆସିଲାଣି ଉଦ୍ଧାର କାର୍ଯ୍ୟ । ଏପଟେ ମୟୁରଭଞ୍ଜ ଜିଲ୍ଲା ଉଦଳାର କାଳ ଡ୍ୟାମ ଟାପୁରୁ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

ତେଣେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବାତ୍ୟା ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ । ବିଶେଷ ପ୍ରଭାବିତ ହେବ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ, ୧୨ଟି ପୌରାଞ୍ଚଳର ପ୍ରାୟ ୫୫ ୱାର୍ଡ ପ୍ରଭାବିତ ହେବ । ତେଣୁ ପ୍ରାୟ ୪ ଲକ୍ଷ ଲୋକ ସ୍ଥାନାନ୍ତର ପାଇଁ ଯୋଜନା ଥିବାବେଳେ ଏଯାବତ ସାଢ଼େ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

୭୩୦୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ଲୋକଙ୍କୁ ରଖାଯାଉଛି । ସେହିପରି ୩୭୦୦ ଆସନ୍ନ ପ୍ରସବାଙ୍କୁ ହସ୍ପିଟାଲରେ ରଖା ଯାଇଥିବା ବେଳେ NDRF ୧୯, ଓଡ୍ରାଫ୍ ୫୧ ଏବଂ ୨୨୦ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ । ଏପଟେ ନୌସେନା ମଧ୍ୟ ୨ଟି ଜାହାଜକୁ ପ୍ରସ୍ତୁତ ରଖିଥିବା କହିଛି ।

Weather Update Low Pressure Rain Cyclonic Circulation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ