Advertisment

ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କେଉଁ କେଉଁ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ,ଜାଣନ୍ତୁ

ରାଜ୍ୟରେ ବର୍ଷା ଲାଗି ରହିଛି ...କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି

Rainfall Alert

Rainfall Alert

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ତେବେ ଆଜି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ତିନୋଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦିନ ତମାମ୍ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ବିଶେଷ କରି ଉତ୍ତର ଓ ଡିଶାରେ ମୟୁରଭଞ୍ଜ, କେନ୍ଦୁଝର ଏବଂ ପଶ୍ଚିମଓଡିଶାରେ ଦେବଗଡ଼, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର୍ ବୌଦ୍ଧ, ବଲାଙ୍ଗରି ଓ ନୂଆପଡା ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ସେପଟେ ବର୍ଷାରେ ବୁଡ଼ିଲା ବାଲେଶ୍ୱର । ଲଗାଣ ବର୍ଷାରେ ବାଲେଶ୍ବର-ରେମୁଣା ରାସ୍ତା ବୁଡ଼ିଯାଇଛି । ବାଲେଶ୍ୱର ସହର ଉପକଣ୍ଠ ବାଲିଆ-ନୂଆସାହି ଜଳାର୍ଣ୍ଣବ ହୋଇଛି। ଘରେ ଘରେ ପାଣି ପଶିଛି। ବାଲେଶ୍ୱର-ରେମୁଣା ରାସ୍ତାରେ ପାଣି ଯୋଗୁଁ ଲୋକ ହନ୍ତସନ୍ତ ହେଉଛନ୍ତି।

Advertisment
Orange Warning Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ