Advertisment

ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
Weather Forecast

Weather Forecast

Advertisment

ଭୁବନେଶ୍ୱର: ମରୁଡ଼ିର ପଦଧ୍ୱନୀ ଭିତରେ ଆଶା ଦେଖାଇଛି ପାଣିପାଗ ବିଭାଗ। କାରଣ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବାରୁ ଆଗାମୀ ୨-୩ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲିଠୁ ୩ ଦିନ ଯାଏଁ ବର୍ଷା ହେବ। ଆଜି ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

Advertisment

ଫଳରେ ସ୍ୱାଭାବିକ ଭାବେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। 

Advertisment

ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି କହିଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଥିଲେ, ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ। ଯେଉଁ ଭଳି ନିଅଣ୍ଟିଆ ବର୍ଷା ଚାଲିଛି ଆସନ୍ତା ୫ ବା ୭ ଦିନ ପର୍ଯ୍ୟନ୍ତ ମଧ୍ୟ ସେମିତି ନିଅଣ୍ଟିଆ ବର୍ଷା ଚାଲିବ। ଆସନ୍ତା ୫ ଦିନରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ। ତା’ପରେ ହୁଏତ କିଛି ପରିବର୍ତ୍ତନ ହୋଇପାରେ। ସେପ୍ଟେମ୍ବର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଅଗଷ୍ଟ ୩୧ ତାରିଖ କିମ୍ବା ସେପ୍ଟେମ୍ବର ପହିଲାରେ କରାଯିବ।

ଶ୍ରୀ ମହାପାତ୍ର କହିଛନ୍ତି, ଜୁନ୍ ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୩୩% ନିଅଣ୍ଟିଆ ବର୍ଷା ହୋଇଛି। ବିଶେଷତଃ ଅଗଷ୍ଟ ମାସରେ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଏହାର କାରଣ ହେଉଛି ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ମୌସୁମୀ ବାୟୁ ଥିବା ସମୟରେ ଲଗୁଚାପ ଜନିତ ବର୍ଷା ହିଁ ଅଧିକ ହୋଇଥାଏ। 

Advertisment

ସୂଚନାରୁ ପ୍ରକାଶ, ଚଳିତବର୍ଷ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଛି। ଯେଉଁଥିପାଇଁ ଧାନ କିଆରି ଶିଖିବାକୁ ବସିଲାଣି। ଚାଷ ଜମି ଫାଟି ଆଁ କରିଛି। ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଜଳ ଭଣ୍ଡାରେ ମଧ୍ୟ ସମାନ ସ୍ଥିତି। ପାଣି ଶୁଖି ଯିବାକୁ ବସିଲାଣି। ସେପରି ସ୍ଥିତିରେ କେମିତି ହେବ ଚାଷ? ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଚାଷୀ ଭାଇଙ୍କ ପାଇଁ ଖୁସି ଖବର ନେଇ ଆସିଛି।

Odisha News Odisha Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ