ଆସୁଛି ଆଉ ଏକ ଲଘୁଚାପ: IMD

ପୁଣି ଆସୁଛି ଆଉ ଏକ ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆସୁଛି ଆଉ ଏକ ଲଘୁଚାପ: IMD

ପୁଣି ଆସୁଛି ଆଉ ଏକ ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉପକୂଳ ଓଡ଼ିଶାରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରଭାବରେ ଆଜି ଅନେକ ସ୍ଥାନରେ ପାଗ ମେଘୁଆ ଥିବା ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷେ, ଜଳୁଛି ପଶ୍ଚିମ ଓଡ଼ିଶା । ଗତ କିଛି ଦିନ ଧରି ପଶ୍ଚିମ ଓଡିଶାର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ରାଜ୍ୟର ୬ଟି ସହରରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏହି ସହରଗୁଡିକ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟ୍ଲାଗଡ, ସୋନପୁର ଏବଂ ବୌଦ୍ଧ ।

ସୂଚନା ଅନୁସାରେ, ଗତକାଲି ଟିଟିଲାଗଡ଼ରେ ମଧ୍ୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ଥିଲା ୪୩ ଦଶମିକ ୪ ଡିଗ୍ରୀ ସେଲସିଅସ ରହିଥିବାବେଳ ଟିଟିଲାଗଡ଼ରେ ଦେଶର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀରେ ମଧ୍ୟ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିବାର ରେକର୍ଡ କରାଯାଇଛି ।