Advertisment

୪୮ ଘଣ୍ଟାରେ ଡିପ୍ରେସନର ରୂପ ନେଇପାରେ ସୁଦୃଶ୍ୟ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Low Pressure now lies as a Well Marked Low Pressure

Low Pressure now lies as a Well Marked Low Pressure

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ୨ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ୮ ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ଗଜପତି ଓ ଗଞ୍ଜାମ। 

Advertisment

ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, କଟକ, ସମ୍ବଲପୁର, ଜଗତସିଂହପୁର ଓ ଅନୁଗୁଳ। ତଳିଆ ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ପାଇଁ ଚାଷୀମାନଙ୍କୁ ସୂଚନା ଜାରି କରାଯାଇଛି।

ଆଜିଠୁ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅତିପ୍ରବଳ ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳ, ଅଣ୍ଡରପାସ୍ ରୋଡରେ ଜଳବନ୍ଦୀ ଅବସ୍ଥା ହେବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସହ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି। 

Advertisment

ଅନ୍ୟପକ୍ଷେ, ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ଡାକବାଜି ଦ୍ୱାରା ସତର୍କ କରାଯାଇଛି। ପଶ୍ଚିମବଙ୍ଗ ଦୀଘା ସମେତ ବାଲେଶ୍ୱର ଉପକୂଳରେ ଡାକବାଜି ଦ୍ୱାରା ମତ୍ସ୍ୟଜୀବୀଙ୍କୁୁ ସମୁଦ୍ରରୁ ଫେରି ଆସିବା ଲାଗି କୁହାଯାଇଛି। ଯେଉଁମାନେ ଦୀଘା ଏବଂ ଶଙ୍କରପୁର ସମେତ ବିଭିନ୍ନ ବନ୍ଦରରେ ମାଛ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।  ଆଜି ଓ କାଲି ସମୁଦ୍ର ଅଶାନ୍ତ ରହିପାରେ ବୋଲି  ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। 

Rain In Odisha Heavy Rainfall Alert Low Pressure Area Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ