ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର
Also Read
ସେହିପରି କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସିଛି । ରାସ୍ତା ଉପରେ ଗଛ ଓ ମାଟି ପଡିଯିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିଲା । ପରେ ମାଟି ଓ ଗଛ ସଫା କରିବା ପରେ ଚଳାଚଳ ସ୍ୱାଭାବିକ ହୋଇଛି।
ସେପଟେଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ରାସ୍ତା ଉପରେ ପାଣି ଚାଲୁଛି । ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଅନକାଡେଲି ସ୍ଥିତ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗିଯାଇଛି । ବିଦ୍ୟାଳୟ ଭିତରେ ଆଣ୍ଠୁଏ ପାଣି ପଶିଯାଇଛି । ...