Weather update
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏଥିରେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇପାରିନି । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ (ଭାରତୀୟ ପାଣିପାଗ ବିଭାଗ) IMD ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି । ଗତକାଲି ୯ଟି ସହରରେ ପାରଦ ୧୪ ଡିଗ୍ରୀ ତଳେ ରହିଥିଲା। ଗତକାଲି କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ଚଳିତ ମାସର ସର୍ବନିମ୍ନ ରାତି ତାପମାତ୍ରା ୭.୬ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଜି.ଉଦୟଗିରିରେରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୦ଡ଼ିଗ୍ରୀ, କୋରାପୁଟରେ ୧୦.୫ ଡ଼ିଗ୍ରୀ, ଫୁଲବାଣୀରେ ୧୧.୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୨.୦ ଡ଼ିଗ୍ରୀ, କିରେଇରେ୧୨.୦ ଡ଼ିଗ୍ରୀ, ଚିପିଲିମାରେ ୧୩.୨ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୩.୬ ଡ଼ିଗ୍ରୀ ତାପମାତ୍ରା ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668672644.jpg)