Low Pressure Area Likely To Form On May 5
ତାତିରୁ ମିଳିବ ନିସ୍ତାର, ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୪ ତାରିଖ ରାତି କିମ୍ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(IMD)ର ବରିଷ୍ଠ ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ଓଡ଼ିଶା ତଥା ଉତ୍ତର ଭାରତରେ ଗ୍ରୀଷ୍ମପ୍ରବାହ ନେଇ ବୈଜ୍ଞାନିକ ଆର୍.କେ ଜେନାମଣି କହିଛନ୍ତି, ପଶ୍ଚିମା ପବନ ଯୋଗୁ ଗ୍ରୀଷ୍ମ ପ୍ରବାହ ହେଉଛି। ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ଆସୁଥିବା ପବନ ତାତି ବଢ଼ାଉଛି। ସେସବୁ ସ୍ଥାନରେ ତାପମାତ୍ରା ୪୫ରୁ ଅଧିକ ରହୁଥିବାରୁ ତାର ପ୍ରଭାବ ପଡୁଛି। ସ୍ଥାନୀୟ ଭୌଗୋଳିକ ସ୍ଥିତି ବି ତାତି ବଢ଼ାଇବାରେ ସହାୟକ ହେଉଛି।’
ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638250914.jpg)