Weather Update: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା ।

Weather Update

ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ତେଣେ ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ପ୍ରବଳ ଶୀତ ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା,ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବ । ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ନୂଆବର୍ଷରେ ଶୁଖିଲା ପାଗ ରହିବ ଓ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: ପୁଣି ଚାଷୀଙ୍କୁ ବର୍ଷା ଭୟ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ..

ସେହିପରି ଘନ କୁହୁଡି ନେଇ ଆଜି ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି । ଅନ୍ୟପଟେ ପ୍ରଥମେ ଲଘୁଚାପ ବର୍ଷା ଆଉ ଏବେ ହାତୀ ଉପଦ୍ରବ । ଏହାରି ଭିତରେ ଚାଷୀର ଯେମିତି ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତର ଏକାଧିକ ଗ୍ରାମରେ ଅମଳ ଧାନ ନଷ୍ଟ । ଶହ ଶହ ଚାଷୀଙ୍କ ଖଳାରୁ ଅମଳ ହୋଇଥିବା କଳେଇ ଖାଇ ଦେଉଛନ୍ତି ହାତୀ । ବନ ବିଭାଗ ହାତୀପଲ ଘଉଡାଇବା ଦିଗରେ ପଦକ୍ଷେପ ନେଉ ନଥିବାରୁ ସେମାନଙ୍କ ଜୀବିକା ସହିତ ଜୀବନ ମଧ୍ୟ ବିପଦରେ ଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାନଖେମୁଣ୍ଡି ଚାଷୀ ବେଶ ପ୍ରଭାବିତ । ଧାନ ଫସଲ ସମେତ ମୁଗ, ବିରି ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।

ଏବେ ବି ବିଲରେ ଚାଲିଛି ବର୍ଷା ପାଣି । କୋଇଡାରେ ବି ଅବସ୍ଥା ସାଂଘାତିକ୍ । ଲଘୁଚାପ ବର୍ଷା ପରେ କୋଇଡା ଅଞ୍ଚଳକୁ ଫେରିଲା ଘନ କୁହୁଡି ସାଙ୍ଗକୁ ଶୀତ । ଲଗାତାର ଗୋଟିଏ ସପ୍ତାହ ବର୍ଷାର ପ୍ରଭାବ କୋଇଡା ଅଞ୍ଚଳରେ ଦେଖା ଦେଇଥିବା ବେଳେ ଆଜି ସକାଳୁ ଖଣି ଅଞ୍ଚଳ କୋଇଡାକୁ ସମ୍ପୂର୍ଣ୍ଣ ଘନ କୁହୁଡି ଢାଙ୍କି ରଖିଛି । ସ୍ଥିତି ଏପରି ଯେ ରାସ୍ତାର ୩୦ ମିଟର ଆଗକୁ ଦୃଶ୍ୟମାନ ହେବା ଅସମ୍ଭବ ହୋଇପଡିଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...