Heat Wave
ଉତ୍ତର ପଶ୍ଚିମ - ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ରେ ବାୟୁମଣ୍ଡଳ ଉତ୍ତପ୍ତ ହେଉଛି । ଆଗାମୀ ଦୁଇ ଦିନ ମଧ୍ୟରେ ସ୍ୱାଭାବିକଠୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଗ୍ରୀଷ୍ମପ୍ରବାହ ପାଇଁ ୧୩ ତାରିଖରେ ୪ ଜିଲ୍ଲାକୁ, ୧୪ ତାରିଖରେ ୮ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୧୫ ତାରିଖରେ ୯ ଜିଲ୍ଲାକୁ ହିଟ ୱେଭ୍ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ଉପକୂଳ ଅଂଚଳ ରେ ଦେଖିବାକୁ ମିଳିବ । ଯାହାର ପ୍ରଭାବରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ବିଶେଷ ଭାବେ ଉପକୂଳ ଓଡ଼ିଶାରେ ୧୬ ତାରିଖରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨ ଦଶମିକ ୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ୪୧ ଦଶମିକ ୮, ହୀରାକୁଦରେ ୪୦ ଦଶମିକ ୪, ଚାନ୍ଦବାଲିରେ ୩୯ ଦଶମିକ ୬, ଭୁବନେଶ୍ୱରରେ ୩୯ ଦଶମିକ ୪, କେନ୍ଦୁଝରରେ ୩୮, ବାଲେଶ୍ୱରରେ ୩୭.୨, ପୁରୀରେ ୩୫.୨ ଓ ଗୋପାଳପୁରରେ ୩୫.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ୧୧ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ଆସନ୍ତାକାଲି ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱରକୁ ହିଟ୍ ୱେଭ ୱାର୍ଣ୍ଣିଂ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1681299042.jpg)