Advertisment

ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା, ଭାସିଗଲେ ଦୁଇ ଯବାନ

ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟ ଜାରି । ଉଦ୍ଧାମପୁରରେ ବର୍ଷା ଓ ଭୂସ୍ଖଳନ ।

ଅଦ୍ୟତନ ହୋଇଛି
Land Slide and Heavy Rain In JK

Land Slide and Heavy Rain In JK

Advertisment

ଜାମ୍ମୁ କାଶ୍ମୀର ପୁଞ୍ଚରେ ବର୍ଷା ବିପାତ। ପ୍ରବଳ ବର୍ଷା ଯୋଗୁ ପୋଷାନା ନଦୀରେ ଅଚାନକ ବନ୍ୟା ଆସିବାରୁ ଭାସି ଯାଇଛନ୍ତି ସ୍ଥଳସେନାର ଦୁଇ ଯବାନ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି ସେନା, ପୋଲିସ ଓ ଏସଡିଆରଏଫ ଟିମ୍। ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ନିଖୋଜ ଯବାନଙ୍କ ପତ୍ତା ମିଳିନାହିଁ। ସେପଟେ ଉଦ୍ଧାମପୁରରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ହୋଇଛି। ଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ଜାତୀୟ ରାଜପଥରେ ଅଟକି ରହିଛି ହଜାର ହଜରା ସଂଖ୍ୟା ଗାଡ଼ି। ଉଦ୍ଧମପୁରଠାରେ ମାଲ ବୋଝେଇ ଟ୍ରକଗୁଡିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।

Advertisment

ସେହିଭଳି ରାଜସ୍ଥାନର ଶିଖର ଅଂଚଳରେ ଗତ କିଛି ଦିନ ହେଲାଣି ଲଗାତର ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଅଂଚଳ ପାଣି ଘେରରେ ରହିଛି। ରାସ୍ତା ଉପରେ ରହିଛି ୪ଫୁଟ ଉଚ୍ଚର ପାଣି। ଏଥିଯୋଗୁଁ ଲୋକମାନେ ଅତ୍ୟନ୍ତ ବିପଜ୍ଜନକଭାବେ ଯାତ୍ରା କରୁଛନ୍ତି । ଟ୍ରାକ୍ଟର ସେମାନଙ୍କ ପାଇଁ ସାହାରା ପାଲଟିଛି । ଫସିରହିଥିବା ଏକ କାରକୁ ବାହାରକୁ ନେବା ପାଇଁ ଲୋକମାନେ ଠେଲି ଠେଲି ନେଉଥିବା ଦେଖିବାକୁ ମିଳିଛି ।

Advertisment


Advertisment

— ଓଟିଭି (@otvkhabar) July 9, 2023

Heavy Rainfall Land Slide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ