ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ

ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉତ୍ତର ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା

News Summary

ଉତ୍ତର ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା

୧୧ ଓ ୧୨ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ

ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ପଶ୍ଚିମା ପବନ ଯୋଗୁଁ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପଟେ ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀରେ ସାମାନ୍ୟ ବର୍ଷା ହୋଇପାରେ । ତେବେ ୧୧ ଓ ୧୨ ତାରିଖରେ ପାଗ ମୁଖ୍ୟତ ଶୁଖିଲା ରହିବ । ଏହାପରେ ରାତିରେ ତାପମାତ୍ରା ପୁଣି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ଆସନ୍ତା ୨ ଦିନ ରାଜ୍ୟ‌ର ତାପମାତ୍ରା ବୃଦ୍ଧିପାଇବ ବୋଲି ଜଣାପଡ଼ିଛି । ରାଜ୍ୟରେ ୩ ଡିଗ୍ରି ଯାଏ ତାପମାତ୍ରା ବୃଦ୍ଧି ପାଇବା ସମ୍ଭବନା ରହିଛି । ଆଉ ତା’ପରେ ଫେବ୍ରୁଆରି ୧୧ରୁ ପୁଣି ତାପମାତ୍ରା କମିବା ସହ ଶୀତ ବଢ଼ିବ ।