Advertisment

ଆହୁରି ବଢ଼ିପାରେ ଶୀତ, ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ତାପମାତ୍ରା

ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଦ୍ୟତନ ହୋଇଛି
Odisha Winter Update

cold wave

Advertisment

ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିପାରେ। 

Advertisment

ଫଳରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଅଧିକ ଶୀତ ଅନୁଭୂତ ହେବ। ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ। ଉପକୂଳ ଅଞ୍‌ଳର ଅନୁଗୁଳ ଢେଙ୍କାନାଳ, କଟକ ଜିଲ୍ଲାରେ ମଧ୍ୟ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

କରଞ୍ଜିଆ ଅଞ୍ଚଳରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦୁଇଦିନ ପୂର୍ବରୁ ବର୍ଷା ହେବା ପରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ସନ୍ଧ୍ୟା ୭ଟା ପୂର୍ବରୁ ଦୋକାନ ବଜାର ଖାଁ ଖାଁ ହୋଇଯାଉଛି। ସେହିପରି ସକାଳୁ ଘନ କୁହୁଡି ସହିତ ଜାଡରେ ଥରୁଛି ମୟୂରଭଞ୍ଜ। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

Advertisment

ଘନ କୁହୁଡି ଓ ଖରାପ ପାଗ ପାଇଁ  ଶିମିଳିପାଳ ଅଭୟାରଣ୍ୟକୁ ପୂର୍ବରୁ  ୩ ଦିନ ବନ୍ଦ ରଖାଯାଇଥିଲା। ଓମିକ୍ରନ୍‌ ପାଇଁ ସରକାରଙ୍କ ଗାଇଡଲାଇନ ଅମୁସାରେ, ଆଜି ପାଇଁ ଶିମିଳିପାଳକୁ ବନ୍ଦ ରଖାଯାଇଛି। 

Cold Wave Cold Wave In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ