ଆହୁରି କଲବଲ କରିବ ତାତି; ବଢ଼ିବ ଦିନ ତାପମାତ୍ରା

ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ତାତି...

Weather Update

ରାଜ୍ୟରେ ଆହୁରି ଦୁଇ ତିନି ଦିନ ବଢିବ ତାତି । ଅନେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇବ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି । ତାତି ବଢିବା ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧତ୍କ ଉତ୍ତପ୍ତ ସହର ଥିବାବେଳେ ସୋନପୁରରେ ୪୨.୪, ଟିଟିଲାଗଡ଼ରେ ୪୧.୮, ବଲାଙ୍ଗିର ୪୧.୨, ନୂଆପଡ଼ାରେ ୪୧, ସମ୍ବଲପୁର ଓ ମାଲକାନଗିରିରେ ୪୦.୨, ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିବାର ଜଣାପଡିଛି ।