Advertisment

Weather Alert: ଆହୁରି ବଢିବ ବର୍ଷାର ପରିମାଣ,୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଜୁନ୍ ୩୦ ଓ ଜୁଲାଇ ୧ ତାରିଖରେ ଭୀଷଣ ବର୍ଷା ହୋଇପାରେ । ଆସନ୍ତା ସପ୍ତାହକ ଯାଏଁ ପ୍ରବଳ ବର୍ଷା ହୋଇପାରେ ।

Heavy Rainfall

Heavy Rainfall

Advertisment

ଗତ କିଛି ଦିନ ଧରି ଭିଜୁଛି ରାଜ୍ୟ । ଜୁଲାଇ ୩ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ ୩୦ ଓ ଜୁଲାଇ ୧ ତାରିଖରେ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । 

Advertisment

ଗତକାଲି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଗତକାଲି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରବଳ ବର୍ଷ। ନେଇ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଆଜିଠୁ ବର୍ଷାର ପରିମାଣ ବଢିବ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । 

ଅଧିକ ପଢନ୍ତୁ: ୧୨ ଘଣ୍ଟାରେ ଲଘୁଚାପ; ୪ ଜିଲ୍ଲାରେ ପ୍ରବଳ ଛେଚିବ

IMD Forecast Heavy Rainfall Low Pressure
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ