Advertisment

Double Low Pressure: ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ!

ଗୋଟିଏ ନଯାଉଣୁ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି। ଆସନ୍ତା୨୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
Low Pressure Over Bay Of Bengal

Low Pressure Over Bay Of Bengal

Advertisment

ଗୋଟିଏ ନଯାଉଣୁ ଆଉ ଏକ ଲଘୁଚାପ । ଆସନ୍ତା୨୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହେବାର ସମ୍ଭାବନା ରହିଛି।  ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇ ଦିନରେ ଏହା ଆହୁରି ଘନୀଭୂତ ହେବ ବୋଲି ସମ୍ଭାବନା ରହିଛି। 

Advertisment

ଅନ୍ୟପକ୍ଷରେ ଆଜି ଆରବସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ । ଯାହା କ୍ରମଶଃ ଘନୀଭୂତ ହୋଇ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ୨ଟି ଲଘୁଚାପର ପ୍ରଭାବ କ’ଣ ରହିବ, ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିନାହିଁ।  ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବଦଳିଛି ପାଗର ମିଜାଜ୍। କିଛି ସ୍ଥାନରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ସକାଳେ କିଛି ସ୍ଥାନରେ ବର୍ଷା ହୋଇଛି।  ସେହିପରି ଆସନ୍ତା ଦୁଇଦିନ ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ ମଧ୍ୟ ସଅଳ ମୌସୁମୀ ଆସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

ଅଧିକ ପଢନ୍ତୁ : ସୃଷ୍ଟି ହେଲା ଲଘୁଚାପ, ୩‌୬ ଘଣ୍ଟାରେ ଅବପାତ

Low Pressure Bay Of Bengal IMD Forecast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ