Advertisment

ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା !

ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
IMD predicts for 2024 monsoon

Heavy Rainfall Alert

Advertisment

ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି। ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍‌-ନିନୋ କ୍ରମେ ଦୁର୍ବଳ ହେବା ସମ୍ଭାବନା ଅଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି।

Advertisment

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଦିନ ସାଢେ ସାଢ଼େ ୨ରେ ରାଜଧାନୀ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧, ବାଲେଶ୍ୱର ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉରକେଲା ୩୯.୨ ତାପମାତ୍ରା ରହିଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

Advertisment

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହରୁ ନିସ୍ତାର ନାହିଁ। ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଚେତାବନୀ ଦେଇଛି। ୪ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ୧୭ରୁ ୨୦ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment
Weather Update Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ