Advertisment

ପାଣିପାଗ ବିଭାଗର ସତର୍କ ସୂଚନା: ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ !

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି...

ଅଦ୍ୟତନ ହୋଇଛି
IMD issues yellow warning to 10 districts for heavy rain

IMD issues yellow warning to 10 districts for heavy rain

Advertisment

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଆସନ୍ତାକାଲି ମଧ୍ୟ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ପରେ, ଏହାର ପରିମାଣ ଧିରେ ଧିରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହାସହ ଆଜି ରାଜ୍ୟର ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଲାହାଣ୍ଡି, ବରଗଡ, ନୂଆପଡା, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ । ତେବେ କାଲି ପରଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Advertisment
Heavy Rainfall Heavy Rainfall Alert Heavy Rainfall In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ