Advertisment

ସାବଧାନ !! ଡହଡହ ଖରାରୁ ମିଳିବନି ତ୍ରାହି.. କଲବଲ କରିବ ତାତି..

ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

ଅଦ୍ୟତନ ହୋଇଛି
Odisha Heat Wave Alert

Heat Wave

Advertisment

ଖରାରୁ ଏବେ ନିସ୍ତାର ନାହିଁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଳିବ ପ୍ରଚଣ୍ଡ ଖରା। ଆଜି ସକାଳ ସାଢ଼େ ୮ ସୁଦ୍ଧା ୩୦ ଡିଗ୍ରୀ ଉପରେ ରହିଛି ୧୦ ସହର ତାପମାତ୍ରା। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

Advertisment

ସୂଚନା ଅନୁସାରେ ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶାର ଜଗତସିଂହପୁର, ଗଞ୍ଜାମ ଭଳି ଜିଲ୍ଲାରେ ଅଧିକ ଗୁଳିଗୁଳି ଅନୁଭୂତ ହେବ।

ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି। ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍‌-ନିନୋ କ୍ରମେ ଦୁର୍ବଳ ହେବା ସମ୍ଭାବନା ଅଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି।

Advertisment

Weather Update Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ