Advertisment

ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।

undefined

Cyclone

Advertisment

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେଇ ସାରିଛି। ଏହି ଅବସ୍ଥାରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ସ୍ଥଳଭାଗ ଅତିକ୍ରମ କରିବ। ତେବେ ଆଉ ଅଧିକ ଘନୀଭୂତ ହେବନି ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୫୫ରୁ ୬୫ କିଲୋମିଟର ଓ ଆଭ୍ୟନ୍ତରରେ ୩୦ରୁ ୫୦ କିଲୋମିଟର ବେଗ ଯାଏଁ ପବନ ବହିପାରେ। ଆଜି ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ, କାଲିଠୁ କମିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତାପରେ ପଶ୍ଚିମ ଓଡ଼ିଶାରେ ବର୍ଷିବ ଓ ଛତିଶଗଡ଼ରେ ଆସନ୍ତାକାଲି ସବୁଠୁ ଅଧିକ ବର୍ଷା ହେବ। ଏହି ସମୟରେ ରାଜ୍ୟର ସବୁ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଛି। ତେବେ ଅବପାତ ବାତ୍ୟାରେ ରୂପାନ୍ତର ହେବ କି ବୋଲି ପ୍ରଶ୍ନରେ IMD ଡିଜି ସ୍ପଷ୍ଟ କରି କହିଛନ୍ତି-ବାତ୍ୟା ହେବ ବୋଲି ଆମେ ଆଦୌ କହିନାହୁଁ ।

Advertisment

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି। ସେହିପରି ୧୨ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ବି ଜାରି ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଯାଜପୁର ଆଦି ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି।

ବଙ୍ଗୋପସାଗରରେ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ ବେଳେ ବାତ୍ୟା ଆଶଙ୍କା ସମ୍ପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଶ୍ରୀଜେନା କହିଛନ୍ତି ବାତ୍ୟା ହେବ ବୋଲି IMD କହିନି, କେବଳ ଗଭୀର ଅବପାତ କଥା କହିଛି। ତାସତ୍ତ୍ୱେ ଆମେ ବିଭିନ୍ନ ପାଣିପାଗ ମଡେଲକୁ ତର୍ଜମା କରୁଛୁ। କେବଳ ଆମେରିକୀୟ ପାଣିପାଗ ସଂସ୍ଥା JTWC ସାମାନ୍ୟ ବାତ୍ୟା ଆଶଙ୍କା କରିଛି। ବାତ୍ୟା ପାଇଁ ମଡେଲ ଅନୁକୂଳ ଥିବା ଏ ସଂସ୍ଥା ଦର୍ଶାଇଥିଲେ ବି ସିଧାସଳଖ ବାତ୍ୟା ହେବ ବୋଲି କହିନି। ଏଥିସହ ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଏସଆରସି ବିସ୍ତୃତ ତଥ୍ୟ ରଖିଛନ୍ତି। କହିଛନ୍ତି-ଅନେକ ଗାଁ ଏବେ ବି ପାଣି ଘେରରେ ଅଛି, ସବୁଠି ପାଣି ଧିରେ ଧିରେ ଖସିବ। ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ୍ ତଳକୁ ଖସି ୬୨୧.୯୩ ଫୁଟ୍ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଡ୍ୟାମ ଜଳସ୍ତର ୬୨୦. ୫ ଫୁଟକୁ ଅଣାଯିବ। ମୁଣ୍ଡଳିରେ ଏବେ ୯.୪୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ତଳମୁଣ୍ଡରେ ପାଣି କମିଛି, ଆଉ ନୂଆ ଘାଇ ହୋଇନି । ହୀରାକୁଦର ଆଜି ଆଉ ୪ ଗେଟ୍ ବନ୍ଦ ହେବା ପରେ ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

Advertisment

ରାଜ୍ୟର ୧୨ ଜିଲ୍ଲା ବନ୍ୟା ଆଁ ଭିତରେ ରହିଛି । ତେବେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ବନ୍ୟା ଅଧିକ କୋପ ଦେଖାଇଛି। ଜଗତସିଂହପୁର ଜିଲ୍ଲାର ୪୦ଟି ସ୍କୁଲରେ ଆଜି ଓ ଆସନ୍ତାକାଲି ପାଇଁ ଛୁଟି ଘୋଷଣା ହୋଇଛି। ବନ୍ୟାଞ୍ଚଳରେ ରିଲିଫ୍ ଅପରେସନରକୁ ତ୍ୱରାନ୍ୱିତ କରାଯାଉଛି।

ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି

Advertisment
Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ