Advertisment

Weather Update: ୧୯ ଓ ୨୦ରେ କାଳବୈଶାଖୀ; ୪୦ରୁ ୫୦ କିମି ବେଗରେ ବହିପାରେ ପବନ !

Weather Update Odisha: ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ ।

ଅଦ୍ୟତନ ହୋଇଛି
Weather Update Odisha

Weather Update Odisha

Advertisment

ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ଦୁଇରୁ ତିନି ଡିଗ୍ରୀ ଖସିଲା ପାରଦ । ଆଗାମୀ ଦୁଇ ଦିନରେ ବି ଏଭଳି ପାଗ ରହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ଓ ୨୦ରେ କାଳବୈଶାଖୀ ସମ୍ଭାବନା ରହିଛି । କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । 

Advertisment

ତାତିରୁ ମିଳିବ ରକ୍ଷା । ରାଜ୍ୟରେ ୨ ଦିନ ହୋଇପାରେ ପ୍ରବଳ ବର୍ଷା ! ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ। ଏ ନେଇ ୧୯ ତାରିଖରେ ୧୨ ଜିଲ୍ଲା ଏବଂ ୨୦ ତାରିଖରେ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

Advertisment

୧୯ ତାରିଖରେ କଟକ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଂଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ବାଦ ୧୯ ତାରିଖରେ ୧୪ଟି ଜିଲ୍ଲାକୁ ୟେୱୋ ଲାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ସେହିପରି ୨୦ ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

Weather Update Thunderstorm Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ