Advertisment

ଆଜିଠୁ ପ୍ରବଳ ବର୍ଷିବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା

ମାଲକାନଗିରି ଓ କୋରାପୁଟକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ । ତଳି ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହେବା ଆଶଙ୍କା । ଆସନ୍ତା ୩୦ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା ।

ଅଦ୍ୟତନ ହୋଇଛି
Odisha Rainfall Forecast

Heavy Rain

Advertisment

ଆଜିଠୁ ଛେଚିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ  ବର୍ଷା ଲାଗିରହିଛି। ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ । ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି।

Advertisment

ଏଥିପାଇଁ ଆଜି ସକାଳ ଯାଏଁ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାର କିଛି ସ୍ଥାନର ତଳି ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ଏବଂ ଗମନାଗମନରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ଭୂସ୍ଖଳ ଭଳି ସମସ୍ୟାର ଆଶଙ୍କା ରହିଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ସେହିପରି ନୂଆପଡ଼ା, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଏବଂ ବଲାଙ୍ଗିର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଭଳି ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩୦ ତାରିଖ ଯାଏଁ ପାଣିପାଗ ବିଭାଗ ବର୍ଷାର ପୂର୍ବାନୁମାନ କରିଛି ।...

Advertisment

ଏପଟେ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲାର ସ୍ଥିତି ଧିରେ ଧିରେ ହେଉଛି ସ୍ୱାଭାବିକ । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଗତକାଲି ଜିଲ୍ଲାର କାଙ୍ଗୁରକୋଣ୍ଡା ,ଏମଭି ୯୦, ଏମଭି ୯୬, ସହିତ ମାଲକାନଗିରିଠାରୁ ପୋଡ଼ିଆକୁ ସଂଯୋଗ କରିଥିବା ଜାତୀୟ ରାଜପଥ ପୋଲଗୁଡ଼ିକ ଉପରେ ୨ରୁ ୩ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିଲା । ଫଳରେ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିଲା ।

Weather Update Rainfall Alert Heavy Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ