ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ଢ଼ାଳିବ ବର୍ଷା ...

୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

Weather

୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।

ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର । ଏହି ୬ ଜିଲ୍ଲାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ସେପଟେ ୩୧ ତାରିଖରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ ରହିଛି । ସେପଟେ ଲଗାଣ ବର୍ଷାରେ ୬ ଦିନ ହେଲା ସୁବର୍ଣ୍ଣପୁର ବିନିକା ଭଣ୍ଡାର ପଞ୍ଚାୟତ ପିତେଇପାଲି ଓ ଗଜବନ୍ଧ ଗାଁ ପାଣି ଘେରରେ ରହିଛି I

କିଛି ଦୁର୍ବୃତ୍ତ କେନାଲ ୱାଲକୁ ଭାଙ୍ଗି ଦେବା ଫଳରେ କେନାଲ ପୋତି ହୋଇଯାଇଛି । ଫଳରେ ପୋଖରୀ ପାଣି ମଧ୍ୟ ଗାଁ ମଝିରେ ଯାଉଛି I କେନାଲ ପାଣି ଲୋକଙ୍କ ଘର ଦ୍ୱାରରେ ପଶିବା ଫଳରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗୁଛନ୍ତି । କେନାଲ ସଫେଇ ଓ ୱାଲ ମରାମତି କରି ପାଣି ବନ୍ଦ କରିବା ପାଇଁ ଗ୍ରାମବାସୀ ବାରମ୍ବାର କ୍ଷୁଦ୍ର ଜଳସେଚନ ବିଭାଗକୁ ଜଣାଇଲେ ମଧ୍ୟ କୌଣସି କାମ ହୋଇନି ।

ସେପଟେ ଏ ନଇ କ୍ଷୁଦ୍ର ଜଳସେଚନ ବିଭାଗର କୌଣସି ପ୍ରତିକ୍ରିୟା ମିଳିନି । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା । କୋମନା ଟିକ୍ରାପଡ଼ା ଗାଁର ସତନାମୀ ପଡ଼ାରେ ଅନେକ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ଘରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।

ଗାଁର ଅନେକ ଲୋକଙ୍କ ଘରେ ଆଜି ରୋଷେଇ ବନ୍ଦ ରହିଛି । ଘରେ ଥିବା ଧାନ ଚାଉଳ ମଧ୍ୟ ସବୁ ଭିଜି ଯାଇଛି l ଏଭଳି ସ୍ଥିତିରେ ବିପନ୍ନଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।