ବର୍ଷା ହେବା ସମୟରେ କେମିତି ହୁଏ ବଜ୍ରପାତ ?

ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଏହା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୋଇଥାଏ । ଫଳରେ ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।

କେମିତି ହୁଏ ବଜ୍ରପାତ ?

ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଉତ୍ତର ଭାରତ । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଯମୁନା ନଦୀର ବନ୍ୟା ପାଣି ରାଜଧାନୀକୁ ଅସ୍ତବ୍ୟସ୍ତ କରିଛି । ଘରଠୁ ରାସ୍ତା ସବୁଠି ଦେଖିବାକୁ ମିଳୁଛି ପାଣି ଆଉ ପାଣି । ଏହାରି ଭିତରେ ବର୍ଷା ସହ ବଜ୍ରପାତ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏଥିପାଇଁ ୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହେଲେ ଆପଣ ଜାଣନ୍ତି କି, ଆକାଶରେ ବଜ୍ରପାତ କିପରି ସୃଷ୍ଟି ହୁଏ ? ଆସନ୍ତୁ ଜାଣିବା ।

ବିଜୁଳି କିପରି ହୁଏ ?

୧୮୭୨ ମସିହାରେ ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ପ୍ରଥମ ଥର ପାଇଁ ବଜ୍ରପାତର ପ୍ରକୃତ କାରଣ କହିଥିଲେ । ସେ କହିଥିଲେ କି, ଯେଉଁ ସମୟରେ ମେଘମାଳା ଗୁଡ଼ିକ ଆକାଶରେ ଏକାଠି ହୁଏ, ସେଥିରେ ଥିବା ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଫଳରେ ମେଘ ହେବା ସହ ଏକ ଚାର୍ଜ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।

ବଜ୍ରପାତ ସମୟରେ ଶବ୍ଦ କାହିଁକି ହୁଏ ?

ବଜ୍ରପାତ ହେବା ପରେ ମେଘ ମଧ୍ୟରେ ଥିବା ଖାଲି ସ୍ଥାନରେ ବିଦ୍ୟୁତ୍‌ ପ୍ରବାହିତ ହୁଏ । ଫଳରେ ଆକାଶରେ ଉଜ୍ଜ୍ୱଳତା ଦେଖାଯାଇଥାଏ । ଖାଲି ସେତିକି ନୁହେଁ, ସେହି ସମୟରେ ଆକାଶରେ ଉତ୍ତାପ ମଧ୍ୟ ବୃଦ୍ଧି ପାଏ । ତେଣୁ ସେଠାରେ ଗରମ ପବନ ହେବା ସହ କୋଟି କୋଟି କଣିକା ପରସ୍ପରକୁ ଧକ୍କା ଦେଇଥା’ନ୍ତି । ଯାହାଦ୍ୱାରା ବଜ୍ରପାତର ଶବ୍ଦ ସୃଷ୍ଟି ହୋଇଥାଏ ।

କେଉଁଠି ଅଧିକ ବଜ୍ରପାତ ହେବା ଆଶଙ୍କା ଥାଏ ?

ବଡ଼ ବଡ଼ ଗଛକୁ ବଜ୍ରପାତ ହେବାର ଅଧିକ ଆଶଙ୍କା ରହିଥାଏ । ତାଛଡ଼ା ନଦୀ ଓ ପୋଖରୀରେ ଗାଧୋଇବା ବେଳେ ଲୋକଙ୍କ ଉପରେ ବଜ୍ରପାତ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ଯେତେବେଳେ ବି ବଜ୍ରପାତ ହୋଇଥାଏ ଏହି ସ୍ଥାରରୁ ଦୂରେଇ ରହିବା ଆବଶ୍ୟକ ।