Advertisment

ବଢୁଛି ହୀରାକୁଦ ଜଳସ୍ତର ! ପ୍ରବେଶ କରୁଛି ୧,୩୬,୮୮୮ କ୍ୟୁସେକ ଜଳ

ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Mahanadi

Mahanadi

Advertisment

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୩ ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଡ୍ୟାମ୍‌କୁ ସେକେଣ୍ଡକୁ ୧ ଲକ୍ଷ ୩୬ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ କ୍ରମାଗତ ଭାବରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି ।

Advertisment

ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଲଘୁଚାପ ଥିବାରୁ ଅନେକ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।

Advertisment

ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର। ଛତିଶଗଡ଼ର କଲମା ବ୍ୟାରେଜରୁ ୬୬ ଗେଟ୍‌ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି। ଚଳିତ ମୌସୁମୀ ଋତୁରେ ଛତିଶଗଡ଼ କଲମା ବ୍ୟାରେଜ ପ୍ରଥମ କରି ଗତ ଜୁନ୍‌ ୧୬ରେ ବନ୍ୟା ଜଳ ଛାଡ଼ିଥିଲା। ପ୍ରଥମେ ୫ଟି ଗେଟ୍‌ ଓ ପରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲି ଦେଇଛି ଛତିଶଗଡ଼।

Advertisment

ଖରା ଦିନେ ଛତିଶଗଡ଼ ପାଣି ନଛାଡ଼ିବାରୁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟାଙ୍ଗରା ଭୂଇଁ ପାଲଟିଥିଲା। ଏବେ ପାଣି ଆସିବାରୁ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଲଖନପୁର ବ୍ଲକ ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ପାଣି ପ୍ରବାହିତ ହେଉଛି। କେବଳ କଲମା ବ୍ୟାରେଜ ନୁହେଁ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି।

Mahanadi Heavy Rainfall Hirakud Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ