Advertisment

ଘନୀଭୂତ ହେଉଛି ସୁଦୃଶଃ ଲଘୁଚାପ କ୍ଷେତ୍ର: ୪ ଜିଲ୍ଲାବାସୀ ସତର୍କ ରୁହନ୍ତୁ, ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Heavy To Very Heavy Rainfall Likely In 4 Districts Of Odisha

Heavy To Very Heavy Rainfall Likely In 4 Districts Of Odisha

Advertisment

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଧୀରେଧୀରେ ଏହା ଅବପାତର ରୂପ ନେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡିଶା-ଛତିଶଗଡ଼ ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ କେଉଁଠି ପ୍ରବଳ ତ କେଉଁଠି ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହି ୪ ଜିଲ୍ଲାରେ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବଲାଙ୍ଗିର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ଅଗଷ୍ଟ ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପ୍ରବଳ ବର୍ଷା ନେଇ ବଲାଙ୍ଗିର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋକୁ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ମହାନଦୀ, ନାଗାବଳୀ, ଋ଼ଷିକୂଲ୍ୟା, ବଂଶଧାରା ନଦୀ ଅବବାହିକାରେ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।

Rain In Odisha Heavy Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ