Advertisment

୨୪ ଘଣ୍ଟାରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Heavy To Very Heavy Rainfall Likely In 11 Districts Of Odisha

Heavy To Very Heavy Rainfall Likely In 11 Districts Of Odisha

Advertisment

ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି। ଏହା ଉପକୂଳ ଅତିକ୍ରମ କରିଛି। ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୦ କି.ମି. ବେଗରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଦିନ ୧୦.୩୦ ରୁ ୧୧.୩୦ ମଧ୍ୟରେ ଦିଘା ନିକଟରେ ଉପକୂଳ ଅତିକ୍ରମ କରିଛି। 

Advertisment

ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ବନ୍ଦର ଯଥା- ଗୋପାଳପୁର, ପୁରୀ, ପାରାଦ୍ୱୀପ, ଏବଂ ଧାମରା/ଚାନ୍ଦବାଲି ପାଇଁ ବିପଦ ସଙ୍କେତ -୩ ଜାରି କରାଯାଇଛି। ଅନ୍ୟପକ୍ଷେ, ଜଗତସିଂହପୁର ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।  ଜିଲ୍ଲାର ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।

ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା। ସେହିପରି ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଏରସମାରେ ସର୍ବାଧିକ ୨୧୫ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ରଘୁନାଥପୁରରେ ୧୧୨ ମି.ମି., ବାଲିକୁଦାରେ ୧୫୪ ମି.ମି., ତିର୍ତ୍ତୋଲରେ ୧୩୫ରେ  ମି.ମି. ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ୯୩.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ଼ ହେମଗିରିରେ ୨୦୪ ମି.ମି., ସୁନ୍ଦରଗଡ଼ ସହରରେ ୧୬୩ ମି.ମି., ରାଜଗାଙ୍ଗପୁରରେ ୧୬୭ ମି.ମି., ପୁରୀ ଅସ୍ତରଙ୍ଗରେ ୧୬୮,  ଗୋପ ୧୪୦ ମି.ମି., କାକଟପୁରରେ ୯୪ ମି.ମି., ସମ୍ବଲପୁରରେ ୧୪୬  ମି.ମି. ଓ ହୀରାକୁଦରେ ୧୦୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।  

Advertisment
Rain In Odisha Heavy Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ