ଲଗାଣ ବର୍ଷାରେ ଧସିଲା ପାହାଡ଼

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଗଜପତି ଜିଲ୍ଳା ନୂଆଗଡ ବ୍ଲକର ନୂଆପଲ୍ଲୀ ଗାଁରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ହୋଇଛି । ମାଲକାନଗିରି ଜିଲ୍ଲାରେ ଗତ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Heavy Rainfall

ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଜଳବନ୍ଦୀ ଅବସ୍ଥାରେ ରହିଛି ଗାଁ ଗଣ୍ତା ଓ ସହର । ଯାତାୟତ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଲଗାଣ ବର୍ଷାପରେ ଧସିଲା ପାହାଡ଼ ।ଗଜପତି ଜିଲ୍ଳା ନୂଆଗଡ ବ୍ଲକର ନୂଆପଲ୍ଲୀ ଗାଁରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ପରେ ଉପରମୁଣ୍ଡରେ ଥିବା ପାହାଡ ଧସି ଗାଁ ଭିତରେ ମାଟି ପଶିଯାଇଛି । ଏଥିଯୋଗୁଁ ୪/୫ଟି ଘର ଭାଙ୍ଗିଯାଇଛି । ଆସବାବପତ୍ର ଘଟଣାସ୍ଥଳରେ ପଡିରହିଛି । ଲୋକମାନେ ଜୀବନ ବିକଳରେ ଘର ଛାଡି ଚାଲି ଯାଇଛନ୍ତି । ଏପରିକି ବାଇକକୁ ମଧ୍ୟ ବାହାର କରିପାରିନାହାନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚିପାରିନାହିଁ ।

ମାଲକାନଗିରି ଜିଲ୍ଲାରେ ଗତ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମୋଟୁ ସୀମାନ୍ତ ନିଲିପାକା ନିକଟରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଏଥିଯୋଗୁଁ ମାଲକାନଗିରିରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି । ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଛି । ଏବେବି ସେଠାରେ ବର୍ଷା ଲାଗି ରହିଛି । ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।