Advertisment

ରାଜ୍ୟରେ ବେହାଲ କଲାଣି ବର୍ଷା, ପଶ୍ଚିମରେ ଫ୍ଲାସ ଫ୍ଲଡ୍ ଆଶଙ୍କା

ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବଢ଼ିବ ବର୍ଷା ପରିମାଣ...ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ..ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ବଢ଼ିପାରେ ପାଣି

ଅଦ୍ୟତନ ହୋଇଛି
heavy rain

heavy rain

Advertisment

ରାଜ୍ୟରେ ବେହାଲ କଲାଣି ବର୍ଷା। କେଉଁଠି କଲଭର୍ଟ ଭାଙ୍ଗିଲା ତ କେଉଁଠି ରାସ୍ତା ଉପରେ ପାଣି ଛୁଟୁଛି। ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ପରିମାଣ । ତେବେ ସିଷ୍ଟମ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Advertisment

ପ୍ରବଳ ବର୍ଷା ଯୋଗୁ ପଶ୍ଚିମରେ ଫ୍ଲାସ ଫ୍ଲଡ୍ ସ୍ଥିତି ଉପୁଜି ପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ତେବେ ବଲାଙ୍ଗିରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ସୁଦୃଶ୍ୟ ଲଘୁଚାପ ଛତିଶଗଡ଼ ଆଡ଼କୁ ଯାଉଥିବାରୁ ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ପାଣି ବଢ଼ିପାରେ ବୋଲି କହିଛି ପାଣିପାଗ ବିଭାଗ । ଉମାଶଙ୍କର ଦାସ କହିଛନ୍ତି, ୩ ଦିନର ବର୍ଷାରେ ୫% ନିଅଣ୍ଟିଆ ବର୍ଷା ଭରଣ ହୋଇଛି ।

ସ୍ୱାଭାବିକ ବର୍ଷା ୧୦୪୪.୯ ମିମି ତୁଳନାରେ ୯୭୫.୨ ମିମି ବର୍ଷା ହୋଇଛି। ୩ ଦିନ ପୂର୍ବରୁ ୧୨% ନିଅଣ୍ଟିଆ ଥିଲା, ଏବେ ୭% ନିଅଣ୍ଟିଆ ଅଛି। 'ଏବେ ମାତ୍ର ୪ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି। 'ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ, ନିଅଣ୍ଟିଆ ଭରଣା ହୋଇଯିବ ବୋଲି କହିଛନ୍ତି, ଉମାଶଙ୍କର। ୧୬ରେ ବର୍ଷା କମିବ, କିନ୍ତୁ ୧୯ରୁ ପୁଣି ବର୍ଷା ହେବା ସଂଭାବନା ରହିଥିବା ସେ ସୂଚନା ଦେଇଛନ୍ତି।

Advertisment

ସେପଟେ ବଲାଙ୍ଗିର ସହର ଭିତରେ ବର୍ଷାର ତାଣ୍ଡବ । ଗତକାଲି ଠାରୁ ସହର ଭିତରେ ଜାରି ରହିଛି ପ୍ରବଳ ବର୍ଷା । ଯାହାଫଳରେ ସହରର ତଲି ଅଂଚଳ ମାନଙ୍କୁ ପଶୁଛି ବର୍ଷଜଳ । ମାଲପଡା, ଶାସ୍ତ୍ରୀନଗର, ବରପାଲିପଡ଼ା, ହାତୀଶାଳପଡ଼ା, ଶାନ୍ତିପଡାରେ ରାସ୍ତା ଉପରେ ତିନି ଫୁଟ ଉପରେ ପାଣିଥିବ ବେଳେ ଘର ଭିତରକୁ ପଶୁଛି ପାଣି । ଖୋଦ ବଲାଙ୍ଗିର ପୌର କାର୍ଯ୍ୟାଳୟ ମଧ୍ୟ ବର୍ଷା ପାଣିରେ ଉବୁଟୁବୁ । ଅଫିସ ଭିତରେ ଆଣ୍ଠୁଏ ପାଣି । ଚାରିପଟେ ଘେରି ହୋଇରହିଛି ବର୍ଷା ପାଣି । ପାଣି ନିଷ୍କାସନ ହୋଇନପାରି ଚାରିଆଡେ ଜଳାର୍ଣ୍ଣବ ।

ଅନ୍ୟପଟେ ପରିସ୍ଥିତି ସୁଧାରିବା ପାଇଁ ଖୋଦ ପୌରାଧ୍ୟକ୍ଷା ଓ ପ୍ରଶାସନିକ ଅଧିକାରୀ ଫୁଲଦମରେ ପ୍ରୟାସ ଜାରୀ ରଖିଛନ୍ତି । ପ୍ରବଳ ବର୍ଷା ପାଇଁ ଜାରି ହୋଇଥିବା ସତର୍କତାକୁ ଦେଖି ଆଜି ବଲାଙ୍ଗିର ଜିଲ୍ଲାରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।...

Advertisment
Heavy Rainfall Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ