Advertisment

୭ ଜିଲ୍ଲାକୁ ରେଡ଼୍‌ ୱାର୍ଣ୍ଣିଂ ଜାରି, ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି

undefined

Heavy Rain Alert

Advertisment

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପ୍ରଭାବରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ବଲାଙ୍ଗିର, ସୁନ୍ଦରଗଡ, ବୌଦ୍ଦ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ସେପଟେ, ଗୋଟିଏ ବର୍ଷା ନସରୁଣୁ ଆଉ ଏକ ବର୍ଷା ଆସୁଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ୧୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ତେବେ ଗଭୀର ଅବପାତ ଆଜି ଚାନ୍ଦବାଲିଠାରେ ଉପକୂଳ ଅତିକ୍ରମ କରିଛି । ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ । ପ୍ରଭାବରେ କ୍ରମେ ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତର ଓଡ଼ିଶାରେ ବଢ଼ିବ। ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧରେ ପ୍ରବଳ ବର୍ଷିବ ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଉପକୂଳରେ ବର୍ଷା ସଂପୂର୍ଣ୍ଣ ଭାବେ କମିଯିବ ବୋଲି ସେ କହିଛନ୍ତି।

Advertisment

ସେପଟେ, କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବଢିଛି । ଫୁଲବାଣୀର ସାଲୁଙ୍କୀ ନଦୀର ଜଳସ୍ତର ବଢିବାରୁ ନଦିଖଣ୍ଡୀ ସାହିରୁ ୱାର୍ଡ ନମ୍ବର ୨କୁ ଯୋଗାଯୋଗ ବିଛିନ୍ନ ହୋଇଛି। ଲଗାଣ ବର୍ଷାରେ ବହୁ କଚା ଘର ଭାଙ୍ଗିଥିବା ବେଳେ ପିଅନପଡ଼ାରେ ପୋଖରୀର ପଥର ପେଚିଂ ଧସି ଯାଇଛି । ଜିଲ୍ଲାର ନୁଆଗାଁ ବ୍ଲକ ସାରଙ୍ଗଡ଼ ରାସ୍ତା କଡ଼ରେ ଥିବା ପୁରୁଣା ଜଗନ୍ନାଥ ମନ୍ଦିର କାନ୍ଥ ଭୁଶୁଡି ଯାଇଛି । କନ୍ଧମାଳ ଜିଲ୍ଲା Emergency officer ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଖଜୁରୀପଡା ବ୍ଲକରେ ସର୍ବାଧିକ ୧୭୨ ମିଲିମିଟର ଏବଂ କୋଟଗଡ଼ ବ୍ଲକରେ ସର୍ବନିମ୍ନ ୩୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Odisha Heavy Rainfall Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ