Advertisment

ଟ୍ୱିନ୍‌ସିଟି ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ।

ଅଦ୍ୟତନ ହୋଇଛି
Rainfall In Twin City

Rainfall In Twin City

Advertisment

ଟୁଇନସିଟିରେ ପଶ୍ଚିମା ଝଡର ପ୍ରଭାବରେ ପ୍ରବଳ ବର୍ଷା । ଅପରାହ୍ମରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଚାଲିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରାୟ ଅଞ୍ଚଳରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଦିନ ବେଳେ ତାତି ବଢୁଥିବା ବେଳେ ହଠାତ୍‌ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ତେବେ ଅସହ୍ୟ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।

Advertisment

ଖରାଦିନେ ଟ୍ୱିନ୍‌ସିଟିରେ କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି । ଖାଲୁଆ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଆଜି ୧୭ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜକୁ ୱାର୍ଣ୍ଣିଂ ଦିଆଯାଇଛି ।

Twin City Weather Update Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ