Advertisment

ଲଗାଣ ବର୍ଷା ଯୋଗୁଁ ବେହାଲ ପୁରୀ ସହର : ରାସ୍ତାରେ ଚାରି ଫୁଟ ଉଚ୍ଚର ପାଣି

ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଅଦ୍ୟତନ ହୋଇଛି
puri

puri

Advertisment

ପୁରୀ(ସୋମନାଥ) : ଲଗାଣ ବର୍ଷା ଯୋଗୁଁ ପୁରୀ ସହରରେ ଜୀବନଯାତ୍ରା ବ୍ୟାହତ । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହ ରାସ୍ତାରେ ଚାରିଫୁଟର ପାଣି ଲହଡ଼ି ମାରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପଟେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଉକ୍ତ ଅଂଚଳ ପରିଦର୍ଶନ କରିବା ସହ ପାଣି ନିଷ୍କାସନ ସହ ଆଗକୁ ଡ୍ରେନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Advertisment

ଅବିଶ୍ରାନ୍ତ ବର୍ଷା ପୁରୀ ସହରକୁ ବେହାଲ କରିଦେଇଛି। ପୁରୀ ମାର୍କଣ୍ଡେଶ୍ୱର ସାହିର ଜଗନ୍ନାଥ ବସ୍ତିର ୩୦ ପରିବାର ଏବେ ଜଳବନ୍ଦୀ । ଘର ଭିତରେ ଆଣ୍ଠୁଏ ପାଣି, ରାସ୍ତାରେ ଚାରିଫୁଟ ଉଚରେ ପାଣି ରାସ୍ତାରେ ଲହଡ଼ି ମାରୁଚି । ଲୋକେ ରାତିରେ ଶୋଇନାହାନ୍ତି, କାଲି ଠାରୁ ଘରେ ଚୁଲି ଜଳିନି । ରାସ୍ତା ଉଚ୍ଚ ନଥିବାରୁ ତଥା ଡ୍ରେନ ବ୍ୟବସ୍ଥା କରାନ ଯିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବାରମ୍ବାର ପୌରସଂସ୍ଥାରେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପଟେ ପୁରୀରେ ୩୪୧ ମିଳିଲିଟର ବର୍ଷା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଲଗାତାର ବର୍ଷା ଲାଗି ରହିବା ଫଳରେ ସହରର ସୁଜାତା ନଗର, ଗୋପୀନାଥପୁର, ମାଟି ତୋଟା ଆଦି ବିଭିନ୍ନ ତଳି ଅଂଚଳରେ ବର୍ଷାପାଣି ଜମିରହିଛି । ଜଗନ୍ନାଥ ବସ୍ତିରେ ମଧ୍ୟ ପାଣି ପଶିଯିବାରୁ ଲୋକେ ହଇରାଣ ହେଉଛନ୍ତି । ସେହି ଅଂଚଳରେ ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ତେବେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଡ୍ରେନ ବ୍ୟବସ୍ଥା ପାଇଁ ପଦକ୍ଷପ ନିଆଯିବ ବୋଲି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ କହିଛନ୍ତି । ସେପଟେ ବର୍ଷା ସତ୍ତ୍ୱେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନାର୍ଥୀ ନୂଆ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ କରିଛନ୍ତି ।

Heavy Rainfall Waterlogging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ