Advertisment

ଟ୍ୱିନ୍‌ସିଟିରେ କାଳବୈଶାଖୀ ଝଡ଼

ଆଜି ଦିନବେଳେ ରାଜ୍ୟର ପ୍ରାୟ ୧୮ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଅପରାହ୍ନରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଝଡ଼ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି।

Heavy Rainfall

Heavy Rainfall

Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମ ଓଡ଼ିଶା, କିନ୍ତୁ ଉପକୂଳ ଓଡ଼ିଶାରେ ରହିଛି କାଳବୈଶାଖୀର ପ୍ରଭାବ। ଆଜି ଅପରାହ୍ନରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଝଡ଼ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି। ଫଳରେ କିଛି ସ୍ଥାନରେ ବିଦ୍ୟୁତ ବିଭ୍ରାଟ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି ।

Advertisment

ଏହାପୂର୍ବରୁ ଆଜି ଦିନବେଳେ ରାଜ୍ୟର ପ୍ରାୟ ୧୮ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି। ୪୩ ଦଶମିକ ୭ ଡିଗ୍ରୀ ସହ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବଲାଙ୍ଗିର। ସେହିପରି ସୋନପୁର ଏବଂ ସମ୍ବଲପୁରରେ ପାରଦ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨ ଦଶମିକ ୮, ଝାରସୁଗୁଡ଼ାରେ ୪୨ ଦଶମିକ ୬, ରାଉରକେଲାରେ ୪୨ ଦଶମିକ ୨, ନୂଆପଡ଼ା ଓ ବରଗଡ଼ରେ ୪୨, ବାରିପଦା ଏବଂ ଦେବଗଡ଼ରେ ୪୧, ହୀରାକୁଦରେ ୪୦ ଦଶମିକ ୯, ତାଳଚେରରେ ୪୦ ଦଶମିକ ୮, ଟିଟିଲାଗଡ଼ ଓ ଭବାନୀପାଟଣାରେ ୪୦ ଦଶମିକ ୫, ଅନୁଗୁଳରେ ୪୦ ଦଶମିକ ୧ ଏବଂ ଭଦ୍ରକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । 

ଆଗକୁ ବି ପଶ୍ଚିମ ଓଡ଼ିଶାରେ କିଛିଦିନ ପାଇଁ ଏଭଳି ଗ୍ରୀଷ୍ମପ୍ରବାହ ଲାଗିରହିବ। କିନ୍ତୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । 

Advertisment
Weather Update Thunderstorm Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ