Advertisment

ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Heavy Rainfall Alert Likely In 13 Districts

Heavy Rainfall Alert Likely In 13 Districts

Advertisment

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ।  ଏସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। 

ଅନ୍ୟପକ୍ଷେ, ଜୁନ୍‌ ୧୪ ସୁଦ୍ଧା ରାଜ୍ୟରେ ମୌସୁମୀ ଋତୁର ହାରାହାରି ବର୍ଷା ୧୪.୧ ମି.ମି. ଥିଲା। ଯାହା ସ୍ୱାଭାବିକ ବର୍ଷା ଠାରୁ ୮୦% ନିଅଣ୍ଟିଆ ରହିଥିଲା। ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ସହ ଗତକାଲି ୨୧ ତାରିଖ ସୁଦ୍ଧା ଏହି ବର୍ଷା ପରିମାଣ ୭୮.୭ ମି.ମି. ସହ ୭ ଦିନରେ ୪୨% ନିଅଣ୍ଟିଆ ଭରଣ ହୋଇ ବର୍ତ୍ତମାନ ସ୍ୱାଭାବିକ ବର୍ଷା ଠାରୁ ୩୮% କମ ରହିଛି। 

Advertisment

Rain In Odisha Heavy Rainfall Alert Weather In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ