Advertisment

ପାଖେଇ ଆସୁଛି ବାତ୍ୟା: ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୯୫ କି.ମି. ବେଗରେ ବହିପାରେ ପବନ

ବାତ୍ୟା ‘ଜୱାଦ୍‌’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

Advertisment

ଭୁବନେଶ୍ୱର:ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ୍‌’। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।

Advertisment

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ, ଏହା ବର୍ତ୍ତମାନ ଆାନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ ୨୫୦ କିଲୋମିଟର, ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ କିଲୋମିଟର ଓ ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ  ପଶ୍ଚିମ ଦିଗରେ ରହିଛି।

ବାତ୍ୟା ‘ଜୱାଦ୍‌’ର ପ୍ରଭାବ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରେସ୍‌ମିଟ୍‌ କରାଯାଇଛି। ପ୍ରେସ୍‌ମିଟ୍‌ରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି, ବର୍ତ୍ତମାନ ‘ଜୱାଦ୍‌’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। କିଛି ସମୟ ପରେ ଉତ୍ତର ଉତ୍ତର-ପୂର୍ବକୁ ଦିଗ ପରିବର୍ତ୍ତନ କରିବ। ଦିଗ ପରିବର୍ତ୍ତନ ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ପୁରୀରେ ଘଣ୍ଟାପ୍ରତି ୨୬ କି.ମି. ବେଗରେ ପବନ ବହୁଛି।

Advertisment

ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୪୩.୩ ମି.ମି., ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Cyclone Threat To Odisha Cyclone Warning Heavy Rainfall Alert Cyclone Jawad Cyclone Jawad Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ