Advertisment

୫ ରୁ ପ୍ରବଳ ଛେଚିବ, ୧୦ ଜିଲ୍ଲାକୁ ୱାର୍ଣ୍ଣିଂ

ଦୁର୍ବଳ ହୋଇଯାଇଥିବା ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ଅଗଷ୍ଟ ୫ ତାରିଖ (ଶୁକ୍ରବାର)ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

Heavy Rain

Heavy Rain

Advertisment

ଅଗଷ୍ଟ ୫ ତାରିଖ ଶୁକ୍ରବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ୬ ତାରିଖରେ ବର୍ଷା ଆହୁରି ବଢିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା । ଦକ୍ଷିଣ ମୁହାଁ ନିମ୍ନଚାପ ରେଖା ପ୍ରଭାବରେ ୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୫ ତାରିଖରେ ୧୦ଟି ଜିଲ୍ଲା ପାଇଁ ଚେତାବନୀ ଜାରି କରାଯାଇଛି । ସେହିପରି ୬ ତାରିଖରେ ୫ଟି ଜିଲ୍ଲାରେ ଅତି ପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ହିମାଳୟ ପାଦଦେଶରୁ ସ୍ୱାଭାବିକ ଅବସ୍ଥାକୁ ମୌସୁମୀ ଫେରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Advertisment

ଆଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଭାଇମାନେ ଅନ୍ତଃଚାଷ, ସାର ଓ କୀଟନାଶକ, ତୃଣନାଶକ ପ୍ରୟୋଗ, ଜଳସେଚନ ଆଦି କାର୍ଯ୍ୟ ଗୁରୁବାରଠୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ସର୍ବାଧିକ ୩୬.୨ ଡିଗ୍ରୀ, ବୌଦ୍ଧ ୩୬ ଡିଗ୍ରୀ, ଚାନ୍ଦବାଲି ୩୫.୭ ଡିଗ୍ରୀ ଓ  ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Weather Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ