ଦକ୍ଷିଣ ଓଡ଼ିଶାରେ ଭିଜେଇବ ବର୍ଷା! ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Weather

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି । ସେହିଭଳି ଅନ୍ୟ ୫ ଜିଲ୍ଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସେପଟେ ଲଗାଣ ବର୍ଷାରେ ପୁଣି ବୁଡିଲା ପୋଲ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ୨ଫୁଟ ଉଚ୍ଚର ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ପୋଲ ଉପରେ ପାଣି ଚାଲି ଥିବାରୁ ୩୨୬ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଗାଡିମୋଟର । ମାଲକାନଗିରିରୁ କାଲିମେଳାରୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଗତକାଲି ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ମଧ୍ୟ ୨ଫୁଟର ପାଣି ଲହଡ଼ି ଭାଙ୍ଗୁଛି ।

ସେପଟେ ଗତକାଲି ଏହି ବର୍ଷା ପାଇଁ କୋରାପୁଟରେ ସ୍କୁଲ ଛୁଟି ରହିଥିଲା । କୋରାପୁଟ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା । ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ବେଳେ ଘରୁ ନବାହାରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି ।

ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ । ଦୁଇ ଦିନରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।