Heat Wave Warning
ତତଲା କଡ଼େଇରେ ସିଝିବ ଓଡ଼ିଶା । ପୁଣି ଅସହ୍ୟ ତାତି ଓ ଗୁଳିଗୁଳିରେ କଲବଲ ହେବ ଜନଜୀବନ । କାରଣ କାଳବୈଶାଖୀ ପରେ ରାଜ୍ୟରେ ପୁଣିଥରେ ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏନେଇ ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ପାରଦ । ଆଜି ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ: କାଳବୈଶାଖୀ ତାଣ୍ଡବ, ସବୁ ହୋଇଗଲା ଛାରଖାର...
ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ,
ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି । ୩୦ ତାରିଖ ପରେ ତାପମାତ୍ରା ୨ ଡିଗ୍ରୀ ଯାଏ କମିବା ସମ୍ଭାବନା ରହିଛି । ଏପ୍ରିଲ ୨ ତାରିଖ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।
- ୩ ଦିନ ପାଇଁ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ
- ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା
- ଆଜି ପାଇଁ ସମ୍ବଲପୁର ଓ ବୌଦ୍ଧକୁ ୟେଲୋ ଓ୍ୱାର୍ଣ୍ଣିଂ
- ୩୦ ତାରିଖ ପରେ ୨ ଡିଗ୍ରୀ କମିବ ତାପମାତ୍ରା
- ୨ ତାରିଖ ବେଳକୁ ବର୍ଷା ହେବା ସମ୍ଭାବନା
କିଛି ଦିନ ହେବ ରାଜ୍ୟରେ କାଳବୈଶାଖୀ ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । କେଉଁଠୁ କୁଆପଥର ମାଡ଼ରେ ଚାଷ ଉଜୁଡିଥିଲା ତ ଆଉ କେଉଁଠି ଘର ଭାଙ୍ଗିଥିଲା । ଏହି କାଳବୈଶାଖୀ ପରେ ଏହି ରାଜ୍ୟରେ ବଦଳୁଛି ପାଗ । ପୁଣିଥରେ ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743133662.jpg)